Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୁଚିଣ୍ଡା ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି” ୨୦୨୩ ଅନୁଷ୍ଠିତ

ଜମନକିରା : ଆଜି ବୁଧବାର ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ହିରାଧର ଯୁବକ ସଂଘ ଉଚ୍ଚ ବିଦ୍ୟାଳୟ ପରିସରରେ ଗୋଷ୍ଠୀ ଶିକ୍ଷା ଅଧିକାରୀ, କୁଚିଣ୍ଡା ଆନୁକୁଲ୍ୟରେ କୁଚିଣ୍ଡା ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି” ଓ ଓଡ଼ିଶା ମିଲେଟ ପ୍ରତିଯୋଗିତା ୨୦୨୩ ଅନୁଷ୍ଠିତ ହୋଇ ଯାଇଛି।ଆୟୋଜିତ ଏହି ଉତ୍ସବରେ କୁଚିଣ୍ଡା ବ୍ଲକର ୧୩ଟି କ୍ଲଷ୍ଟରରୁ ପ୍ରାୟ ୩୧୮ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ଭାଷଣ, ତର୍କ, ଶୃତଳିଖନ, ହସ୍ତଳିଖନ, କ୍ୱିଜ୍, ଚିତ୍ରାଙ୍କନ, ହସ୍ତଶିଳ୍ପ, ପ୍ରବନ୍ଧ, ସଙ୍ଗୀତ, ଦଳଗତ ନୃତ୍ୟ ଆଦି ବିଭିନ୍ନ ବିଭାଗରେ ପ୍ରତିଯୋଗିତା ମାନ ଅନୁଷ୍ଠିତ ହୋଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। କୁଚିଣ୍ଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଶ୍ରୀ ଗୀତା ପଧାନଙ୍କ ସଭାପତିତ୍ବରେ ଆୟୋଜିତ ଉଦଘାଟନୀ ସଭାରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଡ.ମୂରଲୀଧର ବେହେରା ମୁଖ୍ୟଅତିଥି ଭାବରେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିବା ବେଳେ ଉଦଯାପନୀ ସଭାରେ କୁଚିଣ୍ଡା ବିଡ଼ିଓ ସ୍ନେହା ଆରୁଗୁଲ୍ଲା (ଆଇ.ଏ.ଏସ) ମୁଖ୍ୟଅତିଥି ଭାବରେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ। ହିରାଧର ଯୁବକ ସଂଘ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କମଲ ଲୋଚନ ବେହେରା ସ୍ବାଗତ ଅଭିଭାଷଣ ଦେଇଥିବା ବେଳେ ଚନ୍ଦନିମାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭୁବନେଶ୍ୱର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। କୁଚିଣ୍ଡା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୌରାଙ୍ଗ କୁସୁମ, ହାଇସ୍କୁଲ ପରିଚାଳନା କମିଟି ସଭାପତି ଉସତରାମ ପଟେଲ, ଜଗତରାମ ପଟେଲ, ପ୍ରାଇମେରୀ ସ୍କୁଲ ପରିଚାଳନା କମିଟି ସଭାପତି ସଂଜିତ ନାୟକ ପ୍ରମୁଖ ମଞ୍ଚାସିନ ଥିଲେ। ବକ୍ସମା କ୍ଲଷ୍ଟର ସଂଯୋଜକ ଶରତ ପଶାୟତ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ସଂସ୍କୃତ ଶିକ୍ଷକ ବିଭୂତି ଭୂଷଣ ପଟେଲ, ଶିକ୍ଷୟତ୍ରୀ କଲ୍ୟାଣୀ ପଟେଲ ମଞ୍ଚ ପରିଚାଳନା କରିଥିଲେ। ଶିକ୍ଷକ ବିଶ୍ଵରଞ୍ଜନ ନାଏକ, କ୍ରୀଷ୍ଣା ବରିହା, ହରେକୃଷ୍ଣ ଖର୍ସେଲ, ନବୀନ ସାହୁ, ଦେବାନନ୍ଦ ଖର୍ସେଲ, ଜେହେରୁଲାଲ ପଟେଲ, ରାଜେଶ ନାୟକ, ସୁଶିଲ ମହାକୁଲ, କ୍ଲଷ୍ଟର ସଂଯୋଜକ ହରେଶ ପଟେଲ, ଅଫିସ ସହାୟକ ସୁଗତ ପଟେଲ, ସହାୟକ ଫକୀର ମୋହନ ପଧାନ, ଜଗବନ୍ଧୁ ପଧାନ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ। ବିଭିନ୍ନ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ମାନେ ଆସନ୍ତା ନଭେମ୍ବର ୧ ତାରିଖରେ ଆୟୋଜିତ ହେବାକୁ ଥିବା ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବରେ ଭାଗନେବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ