Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆମପାଣି ପ୍ରଭୁ ବୁଢ଼ାରଜାଙ୍କ ମନ୍ଦିରରୁ ପଡି ରଙ୍ଗ କାରିଗରଙ୍କ ମୃତ୍ୟୁ, ପୋଲିସ ର ତଦନ୍ତ ଜାରି

କଳାହାଣ୍ଡି, ୧୯/୧୦ (ଜଗନ୍ନାଥ ନାଏକ) : ନଭେମ୍ବର ୪ ତାରିଖରେ ପ୍ରଭୁ ବୁଢ଼ାରଜା ଠାକୁର ଙ୍କ ବାର୍ଷିକ ଦଶହରା ଥିବାରୁ ମନ୍ଦିର ଉପରେ ସାଥି ଶ୍ରମିକଙ୍କ ସହ ରଙ୍ଗ ମାରୁଥିବା ବେଳେ ଅସାବଧାନତା କାରଣରୁ ମନ୍ଦିର ଉପରୁ ଖସି ପଡି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି | ମୃତକ ଜଣକ ଧର୍ମଗଡ଼ ବ୍ଲକ ଛିଲିପା ପଞ୍ଚାୟତ ଅନ୍ତର୍ଗତ ବିକ୍ରମଗୁଡ଼ା ଗ୍ରାମ ର ଇଶରାମ ନାଏକ ଙ୍କ ପୁଅ ଟଙ୍କଧର ନାଏକ ବୋଲି ଜଣା ପଡିଛି |
ଘଟଣା ପରେ ମନ୍ଦିର କମିଟି ପକ୍ଷରୁ।ସ୍ଥାନୀୟ ଆମପାଣି ପୋଲିସ କୁ ଖବର ଦେବାସହ ମୃତକ ଙ୍କ ପରିବାର କୁ ସୂଚନା ଦେଇଥିଲେ।ମୃତକ ପରିବାର ପହଞ୍ଚି ସହାୟତା କ୍ଷତିପୂରଣ ୫ ଲକ୍ଷ ଦାବି କରି ଶବ ନେବାକୁ ମନା କରିଥିଲେ ପରେ ଦିର୍ଘ ସମୟ ଧରି ମନ୍ଦିର କମିଟିର କର୍ମକର୍ତ୍ତା ଓ ପୋଲିସ ବୁଝାସୁଝା ପରେ ମଧ୍ୟ କୌଣସି ସମାଧାନ ହୋଇ ନଥିଲା।ପରେ ଘଟଣାସ୍ଥଳରେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ସମେତ ବିଜେପି ନେତା ଲକ୍ଷ୍ମୀକାନ୍ତ ବାଗ ପହଞ୍ଚି ପରିବାର ଓ ପରିଜନ ଙ୍କ ସହ ଆଲୋଚନା କରିଥିଲେ।
କ୍ଷତିପୂରଣ ବାବଦରେ ମନ୍ଦିର କମିଟି ପକ୍ଷରୁ ୧ ଲକ୍ଷ ୩୦ ଓ ବ୍ଲକ ଉପାଧ୍ୟକ୍ଷ ଙ୍କ ଉପ ଜିଲ୍ଲାପାଳ ଙ୍କ ସହ ଆଲୋଚନା ପରେ ରେଡ଼କ୍ରସ ରୁ ୩୦ ହଜାର ଟଙ୍କା ଦେବାପାଇଁ ପ୍ରତିଶ୍ରୁତି ମିଳିବା ପରେ ପରିବାର ଶବ ନେବାକୁ ରାଜି ହୋଇଥିଲେ। ଶବ କୁ ବ୍ୟବଚ୍ଛେଦ ପାଇଁ କୋକସରା ହସ୍ପିଟାଲ କୁ ପଠାଯାଇଛି। ବ୍ୟବଚ୍ଛେଦ ପରେ ଶବ ପରିବାର କୁ ହସ୍ତାନ୍ତର କରାଯିବା ନେଇ ଆମପାଣି ପୋଲିସ ସୂଚନା ଦେଇଛି।