Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ବର୍ଷାରେ ଭିଜିବ ଦଶହରା

ଭୁବନେଶ୍ଵର: ଏଥର ବର୍ଷାରେ ଭିଜିବ ପାର୍ବଣ। ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ। ଘୂର୍ଣ୍ଣି ବଳୟଟି କାଳକ୍ରମେ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ। ଉତ୍ତର-ପଶ୍ଚିମ ଦିଗକୁ ଗତିକରି ଏହା ଲଘୁଚାପର ରୂପ ନେବାର ସମ୍ଭାବନା ରହିଛି। ୨୦ ତାରିଖ ସୁଦ୍ଧା ଲଘୁଚାପର ରୂପ ନେବା ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଏହି ସମୟରେ ହାଲୁକା ବର୍ଷା ହୋଇପାରେ।

ଫଳରେ ବର୍ଷା ଆଶଙ୍କା ବଢି ଯାଇଛି। ଏମିତି ହେଲେ ବର୍ଷାରେ ଭିଜିବ ଦଶହରା। ପାଣିପାଗ ବିଭାଗ ଅନୁଯାୟୀ, ବଙ୍ଗୋପସାଗରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ତାହା ୨୦ ତାରିଖ ବେଳକୁ ଲଘୁଚାପ ସୃଷ୍ଟି ସମ୍ଭାବନା ସୃଷ୍ଟି ହେବାର ସମ୍ଭାବନା ରହିଛି। ତେଣୁ ଏ ବର୍ଷ ପୂଜାକୁ ଲଘୁଚାପ ଭସାଇବା ନେଇ ଆଶଙ୍କା ବଢିଛି। ୨୦ ତାରିଖରେ ମହାଷଷ୍ଠୀ, ୨୪ରେ ଦଶହରା ଏବଂ ୨୫ ତାରିଖରେ ଭସାଣି ରହିଛି। ଯଦି ବର୍ଷା ହୁଏ ତେବେ ପାର୍ବଣର ମାହୋଲ ଫିକା ପଡ଼ିପାରେ।

ଆସନ୍ତା ୨୪ ଓ ୨୫ ତାରିଖରେ ରାଜ୍ୟରେ ବର୍ଷା ସମ୍ଭାବନା ଅଧିକ ରହିଛି। ୨୪ ତାରିଖ ଦଶହରା ଥିବା ବେଳେ ୨୫ ତାରିଖ ଭସାଣି ରହିଛି। ୨୪ରେ ହାଲୁକା ବର୍ଷା ଓ ୨୫ରେ ବର୍ଷା ପରିମାଣ ବଢିବା ସମ୍ଭାବନା ଅଧିକ ରହିଛି। ବର୍ଷା ସମ୍ଭାବନା ନେଇ ଭୁବନେଶ୍ଵର ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ତେବେ ୨୦ରୁ ୨୩ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ ବୋଲି ପୂର୍ବାନୁମାନ କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ