Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁରଭି କାର୍ଯ୍ୟକ୍ରମରୁ ଫେରିବା ବେଳେ ଦୁର୍ଘଟଣା, ଅଳ୍ପକେ ବାର୍ତ୍ତିଲେ ଶିକ୍ଷକ ଓ ଛାତ୍ରଛାତ୍ରୀ

ଜମନକିରା : ବାମରା ବ୍ଲକ କିନାବଗା ପଞ୍ଚାୟତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆୟୋଜିତ ବ୍ଲକସ୍ତରୀୟ ଶିଶୁ ସୁରଭି କାର୍ଯ୍ୟକ୍ରମରୁ ଶିକ୍ଷକ ଓ ପିଲାଙ୍କୁ ନେଇ ଫେରୁଥିବା ବେଳେ ବଲେରୋ(ଓଆର ୨୩ ବି ୩୬୪୬) ଦୁର୍ଘଟଣାଗ୍ରସ୍ତ।
ସୂଚନା ଅନୁଯାଇ, ଗତକାଲି ଶିଶୁ ସୁରଭି କାର୍ଯ୍ୟକ୍ରମରେ ସାମିଲ ହୋଇ କିନାବଗା ସ୍କୁଲରୁ ଫେରୁଥିବା ବେଳେ ଜରବଗା ଆଶ୍ରମ ସ୍କୁଲ ଓ ପଞ୍ଚାୟତ ହାଇସ୍କୁଲର ଶିକ୍ଷକ ଦେବବ୍ରତ ପଟେଲ, ରୀତା ପଟେଲ ସମେତ ଛାତ୍ର ଦେବାଶିଷ ଛତ୍ରିଆ, ଛାତ୍ରୀ ଲରେନ୍ସିଆ ଟପ୍ପୋ ଏବଂ ଅଞ୍ଜନା ବରୁଆ ଆହାତ ହୋଇଛନ୍ତି।ଯୌତୁକବାହାଲ ଶିଶୁ ଉଦ୍ଦ୍ୟାନ ନିକଟରେ ବୁଲାଣିରେ ଭାରସାମ୍ୟ ହରାଇ ଗାଡ଼ିଟି ଦୁର୍ଘଟଣାଗ୍ରସ୍ତ ହୋଇଛି।ତେବେ ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରେ କୌଣସି ଶିକ୍ଷକ କିମ୍ବା ପିଲା ଗୁରୁତ୍ତର ଆହତ ହୋଇ ନଥିବା ଜଣାଯାଇଛି। ଗଡ଼ପୋଷ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସମସ୍ତଙ୍କ ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କୁ ଛାଡି ଦିଆଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ