Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଜ୍ୟ ସରକାରୀ କର୍ମଚାରୀଙ୍କୁ ଦଶହରା ଭେଟି, ୪ ପ୍ରତିଶତ ବଢିଲା ମହଙ୍ଗା ଭତ୍ତା

ଭୁବନେଶ୍ଵର: ସରକାରୀ କର୍ମଚାରୀଙ୍କ ପାଇଁ ଖୁସିର ଖବର। ରାଜ୍ୟ ସରକାର ରାଜ୍ୟର ସକରାରୀ କର୍ମଚାରୀଙ୍କୁ ଦଶହରା ଭେଟି ଦେଇଛନ୍ତି। ୪ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଫଳରେ ମହଙ୍ଗା ଭତ୍ତା ୪୨ ପ୍ରତିଶତରୁ ୪୬ ପ୍ରତିଶତ ହୋଇଛି। ଏଥିରେ ୪.୫ ଲକ୍ଷ ରାଜ୍ୟ ସରକାରୀ କର୍ମଚାରୀ ଓ ୩.୫ ଲକ୍ଷ ପେନସନଭୋଗୀ ଉପକୃତ ହେବେ। ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ପିଛିଲା ଭାବେ ଜୁଲାଇ ୧ରୁ ଲାଗୁ ହେବ।

ଏହା ପୂର୍ବରୁ ରାଜ୍ୟ ସରକାର ରଜରେ ମହଙ୍ଗା ଭତ୍ତା ୪ ପ୍ରତିଶତ ବଢାଇଥିଲେ। ଏହା ଜାନୁଆରୀ ମାସରୁ ପିଛିଲା ଭାବେ ଲାଗୁ ହୋଇଥିଲା। ଏଥିରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩୮ରୁ ୪୨ ପ୍ରତିଶତ ହୋଇଥିଲା।

ଏହା ପୂର୍ବରୁ ୧୮ ତାରିଖ କେନ୍ଦ୍ର ସରକାର କେନ୍ଦ୍ରୀୟ କର୍ମଚାରୀଙ୍କୁ ଦଶହରା ଭେଟି ଦେଇଛନ୍ତି। କେନ୍ଦ୍ରୀୟ କର୍ମଚାରୀଙ୍କ ୪ ପ୍ରତିଶତ ମହଙ୍ଗା ଭତ୍ତା ବଢାଇଥିଲେ। ଫଳରେ କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା ୪୬ ପ୍ରତିଶତ ହୋଇଛି। ଏହା ସହିତ ରେଳ କର୍ମଚାରୀଙ୍କୁ ବଡ଼ ଉପହାର ଦେଇଛନ୍ତି। ୭୮ ଦିନର ବୋନସ ଘୋଷଣା କରିଛନ୍ତି। ଏଥିରେ ଲକ୍ଷାଧିକ କର୍ମଚାରୀ ଓ ପେନସନଭୋଗୀ ଉପକୃତ ହେବେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ