Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବିଦ୍ୟୁତ ଆଘାତରେ ସେଣ୍ଟ୍ରିଂ ମିସ୍ତ୍ରୀ ଗୁରୁତର, ବୁର୍ଲାକୁ ସ୍ଥାନାନ୍ତର

କଳାହାଣ୍ଡି,୨୦/୧୦-କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ରେଲୱେ ଷ୍ଟେସନ ଛକ ନିକଟରେ ଏକ ଘରେ ସେଣ୍ଟ୍ରିଂ କାମ କରୁଥିବାବେଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଣେ ସେଣ୍ଟ୍ରିଂ ମିସ୍ତ୍ରୀ ଗୁରୁତର ହୋଇଛନ୍ତି ! ତାଙ୍କୁ ଗୁରୁତର ଭାବେ ଉଦ୍ଧାର କରାଯାଇ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବାବେଳେ ସେଠାରୁ ଗୁରୁତର ଭାବେ ତାଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ! ଗୁରୁତର ହୋଇ ପଡ଼ିଥିବା ସେଣ୍ଟ୍ରିଂ ମିସ୍ତ୍ରୀ ଜଣକ ସଦର ଥାନା ଅନ୍ତର୍ଗତ ବଳରାମପୁର ଗାଁର ସୋମନାଥ ନିଆଲ ଏବଂ ସେ ଜଣେ ଗରିବ ଶ୍ରେଣୀର ବ୍ୟକ୍ତି ଅଟନ୍ତି ! ତାଙ୍କୁ ସରକାର, ପ୍ରଶାସନ ତଥା କେହି ବଦାନ୍ୟ ବ୍ୟକ୍ତି ଚିକିତ୍ସା ସହାୟତା ଯୋଗାଇଦେବାକୁ ଦାବି ହେଉଛି ! ଏ ସଂପର୍କରେ ଖବର ପାଇବା ପରେ ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନର ସଭାପତି ଶ୍ରୀବତ୍ସ ତାଣ୍ଡି, ମହାସଚିବ ସୂର୍ଯ୍ୟ ନାରାୟଣ କୁମାର ପ୍ରମୁଖ ଗଭୀର ଦୁଃଖପ୍ରକାଶ କରିବା ସହିତ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି !