Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଡୋକରୀଙ୍କ ପୀଠକୁ ଆସିଲେ ବୁଢ଼ାରଜା,ଶତାଧିକ ଶ୍ରଦ୍ଧାଳୁ ଙ୍କ ସମାଗମ।

ଜୟପାଟଣା:୨୧/୧୦ ଶାରଦୀୟ ଦୁର୍ଗାପୂଜା ପାଇଁ ଦେବୀ ପୀଠ ରେ ନାନା ବିଧି ରେ ପୂଜା ପାଉଛନ୍ତି ମା ଜଗତ ଜନ୍ମନୀ ,ଷଷ୍ଠୀ ପୂଜା ପାଇଁ ଜୟପାଟଣା ବ୍ଲକ ତାଳଗୁଡ଼ ସ୍ଥିତ ମା ଡୋକରୀ ପୀଠକୁ ଆସିଲେ ତାଙ୍କ ଭାଇ ପ୍ରଭୁ ବୁଢାରଜା। ବିମାନରେ ମା ଡୋକରୀ ଯାଇ ଅଧା ରାସ୍ତାରୁ ବୁଢ଼ା ରଜାଙ୍କ ପ୍ରତୀକ ଲାଠିକୁ ପାଛୋଟି ଆଣିଲେ। ତାଙ୍କ ସହ ଜମିଦାର ପରିବାର ବର୍ଗ ଏବଂ ଶ୍ରଦ୍ଧାଳୁ ମାନେ ମଧ୍ୟ ସାମିଲ ରହିଥିଲେ ।ସହ ସହ ବର୍ଷ ଧରି ଗଙ୍ଗ ବଂଶ ଓ ନାଗ ବଂଶର ଉତ୍ତରାଧକାରୀ ମାନଙ୍କ ଦ୍ଵାରା ଦେବୀ ମା’ ପୂଜା ପାଇ ଆସୁଥିବା ବେଳେ ଆଜିବି ବଦଳିନି ପରମ୍ପରା।ବନଦୁର୍ଗା ମନ୍ତ୍ରରେ ଷୋଡ଼ଶ ଉପଚାରରେ ପୂଜା ପାଉଥିବା ମା’ ଡୋକରୀଙ୍କ ଶାରଦୀୟ ନବରାତ୍ରୀ ପୂଜା ଆଶ୍ୱିନ ମାସ ପ୍ରତିପଦାରୁ ଆରମ୍ଭ ହୋଇ ମହାନବମୀ ପର୍ଯ୍ୟନ୍ତ ଚାଲିଥାଏ । ମହାଳୟା ମଧ୍ୟରାତ୍ରିରେ ଏକ ନିର୍ଦ୍ଦିଷ୍ଟ ସ୍ଥାନରୁ ମାଟି ଆଣି ପ୍ରତିପଦାରେ ମା’ଙ୍କ ମସ୍ତକ ରୋପଣ କରାଯାଏ । ଏହାପରେ ମା’ଙ୍କ ପୂଜାର୍ଚ୍ଚନା ଆରମ୍ଭ କରାଯାଏ । ମା’ ଡୋକରୀ ଦକ୍ଷିଣକାଳୀ ଭାବରେ ପୂଜା ପାଆନ୍ତି । ପାଇକ ସମ୍ପ୍ରଦାୟର ପୂଜକମାନେ ମା’ଙ୍କ ନିୟମିତ ଭାବରେ ପୂଜା କରି ଆସୁଥିବା ବେଳେ ନବରାତ୍ରୀ ସମୟରେ ବନଦୁର୍ଗା ମନ୍ତ୍ରରେ ଷୋଡ଼ଶ ଉପଚାରରେ ବ୍ରାହ୍ମଣ ମାନେ ପୂଜା କରିଥାନ୍ତି । ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ଭାବେ ମା ଡୋକରୀଙ୍କ ଉପରେ ଲୋକଙ୍କ ଆସ୍ଥା ଓ ବିଶ୍ୱାସ ରହିଛି।