Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସକ୍ରିୟ ହେଲା ଲଘୁଚାପ, ଚାଷୀଙ୍କୁ ସତର୍କ ସୂଚନା, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ

ଭୁବନେଶ୍ଵର : ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ଲଘୁଚାପ କ୍ଷେତ୍ର ସକ୍ରିୟ ହୋଇଛି। ଏହାପରେ ଉତ୍ତର-ପଶ୍ଚିମ ଦିଗରେ ଗତି କରି ୨୨ ତାରିଖ ବେଳକୁ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏହା ଅବପାତରେ ପରିଣତ ହେବା ସମ୍ଭାବନା ରହିଛି। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହ ଚାଷୀମାନଙ୍କୁ ସତର୍କ କରାଯାଇଛି। ଏହି ସମୟରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। ୨୨ ତାରିଖ ସୁଦ୍ଧା ଉପକୂଳକୁ ଫେରି ଆସିବାକୁ କୁହାଯାଇଛି।

ପାଣିପାଗ ବିଭାଗ ଅନୁଯାୟୀ,  ୨୨ ତାରିଖ ସୁଦ୍ଧା ଲଘୁଚାପ ଅବପାତ ରୂପ ନେବ। ଏହାର ପରବର୍ତ୍ତୀ ୩ ଦିନ ଉତ୍ତର-ଉତ୍ତରପୂର୍ବ ଦିଗରେ ଗତିକରି ବାଂଲାଦେଶ, ପଶ୍ଚିମ-ବଙ୍ଗ ଉପକୂଳ ମୁହାଁ ହେବାର ସମ୍ଭାବନା ରହିଛି। ତେଣୁ ଓଡ଼ିଶାରେ ବଡ଼ କିମ୍ଵା ଲଗାଣ ବର୍ଷା ହେବାର ସମ୍ଭାବନା କମ୍ ରହିଛି। କିନ୍ତୁ ଉପକୂଳ ଓଡ଼ିଶାରେ ପାଗ ମେଘୁଆ ରହିବ ଏବଂ ୨୩ ତାରିଖରୁ ବର୍ଷା ହେବାର ସମ୍ଭାବନା ଅଛି।

ବର୍ଷା ସମ୍ଭାବନା ଥିବାରୁ ଉପକୂଳ ଓଡ଼ିଶାର ଚାଷୀମାନେ ସତର୍କ ପଦକ୍ଷେପ ନେବା ଉଚିତ୍ ବୋଲି କୁହାଯାଇଛି। ଏହାପରେ ୨୪ ତାରିଖ ଠାରୁ ଓଡ଼ିଶା ଉପକୂଳ ଓ ତାର ଆଖପାଖ ଅଞ୍ଚଳରେ ଘଣ୍ଟାପ୍ରତି ୪୫-୬୫ କି.ମି ବେଗରେ ପବନ ବହିପାରେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ