Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସାମ୍ନାକୁ ଆସିଲା ASI ଲୁଗୁନଙ୍କ ପୋଷ୍ଟମର୍ଟମ ରିପୋର୍ଟ, ଏହି କାରଣ ଯୋଗୁଁ ଘଟିଲା ମୃତ୍ୟୁ

ରାଉରକେଲା: ASI ଏଲିଶା ଲୁଗୁନଙ୍କ ମୃତ୍ୟୁ ଘଟଣାରେ ଶବ ବ୍ୟବଛେଦ ରିପୋର୍ଟ ସାମ୍ନାକୁ ଆସିଛି । ଅତ୍ୟଧିକ ଉତ୍ତେଜିତ ହେବା  କାରଣରୁ ଶ୍ୱାସରୁଦ୍ଧ ହୋଇ ତାଙ୍କର ମୃତ୍ୟୁ ଘଟିଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ପୋର୍ଟରେ ମୃତ୍ୟୁ ମାଡ଼ରୁ ନୁହେଁ, ବରଂ ରୋଗ ଜନିତ ବୋଲି ଦର୍ଶାଯାଇଛି। ତାଙ୍କୁ କେହି ମାଡ଼ ମାରିନାହାନ୍ତି କି ତାଙ୍କ ଶରୀରରେ କୌଣସି କ୍ଷତ ଚିହ୍ନ ନାହିଁ। ଏଣୁ ଆଉ ଏହି ଘଟଣାରେ ୩୦୨ ଦଫା ଲାଗିବ ନାହିଁ ରାଉରକେଲା ଏସପି କହିଛନ୍ତି।  

ସ୍ଵାମୀ ସଞ୍ଜୟଙ୍କ କହିବାନୁଯାୟୀ ଉଦିତନଗର ଛାଡିବାବେଳେ ତାଙ୍କ ପତ୍ନୀ ଏଲିଶାଙ୍କ ସ୍ବାସ୍ଥ୍ୟ ଅବସ୍ଥା ସମ୍ପୂର୍ଣ୍ଣ ଭଲ ଥିଲା। କିନ୍ତୁ  ଅପରାହ୍ନ ୩ଟା ୪୫ ମିନିଟରେ ସ୍ବାସ୍ଥ୍ୟ ଅବସ୍ଥା ଖରାପ ହେବା ଓ ସଂଧ୍ୟା ୫ଟାରେ କେମିତି ମୃତ୍ୟୁ ହେଲା ବୋଲି ପ୍ରଶ୍ନ କରିଥିଲେ। ଏହି ଘଟଣାକୁ ଅତିରିକ୍ତ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ ଘଟଣା ସହ ଯୋଡ଼ି କି ଦେଖା ଯାଉଥିଲା। ଆଲିସଙ୍କ ମୃତ୍ୟୁକୁ ନେଇ ପରିବାର ଲୋକେ ମଧ୍ୟ ପ୍ରଶ୍ନ ଉଠାଇଥିଲେ।

ସୂଚନାଯୋଗ୍ୟ ଅପରାହ୍ନ ପ୍ରାୟ ୩ଟାରେ ଆର୍ଏମ୍ସି ଛକ ନିକଟରେ ବସ୍ –କାର ମଧ୍ୟରେ ଧକ୍କାକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମଧ୍ୟରେ ମାଡ଼ପିଟ୍ ହୋଇଥିଲା। ଖବର ପାଇ ପିସିଆର୍ ଭ୍ୟାନରେ ଏଏସ୍ଆଇ ଏଲିଶା ଓ ଅନ୍ୟ ଦୁଇ ପୋଲିସ କର୍ମଚାରୀ ସେଠାରେ ପହଞ୍ଚି ଘଟଣାକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲେ। ଏଏସ୍ଆଇ ଏଲିଶା ଉଭୟ ଗୋଷ୍ଠୀଙ୍କୁ ବୁଝାସୁଝା କରୁଥିବେଳେ ହଠାତ ବେହୋସ ହୋଇ ତଳେ ପଡିଯାଇଥିଲେ। ଦୁଇ ପୋଲିସ କର୍ମଚାରୀ ଏଏସ୍ଆଇ ଲୁଗୁନଙ୍କ ଚିକିତ୍ସା ପାଇଁ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ