Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଉପକୂଳରେ ବର୍ଷା, ଏହି ବନ୍ଦର ପାଇଁ ୩ ନଂ ବିପଦ ସଙ୍କେତ ଜାରି

ଭୁବନେଶ୍ଵର: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଗଭୀର ଅବପାତର ରୂପ ନେଇଛି। ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଉପକୂଳରେ ହାଲୁକା ବର୍ଷା ହୋଇଛି। ଏ ନେଇ ସୋମବାର ପାଣିପାଗ ବିଜ୍ଞାନୀ ସୂଚନା ଦେଇଛନ୍ତି। ଅସ୍ତରଙ୍ଗ, କେନ୍ଦ୍ରାପଡ଼ା, ପୁରୀ, ଚାନ୍ଦବାଲି, ପାରାଦୀପରେ ହାଲୁକା ବର୍ଷା ହୋଇଛି। ସମୁଦ୍ର ଭିତରେ ପବନର ବେଗ ୫୦ରୁ ୬୦ କିମି ରହିଥିବା ସୂଚନା ରହିଛି।

ତେବେ ସ୍ଥଳଭାଗ ପାଇଁ ପବନର ବେଗ ବଢିବା ନେଇ କୌଣସି ସତର୍କ ସୂଚନା ନାହିଁ। ଓଡ଼ିଶାରେ ବାତ୍ୟାର ସେପରି ପ୍ରଭାବ ନାହିଁ , କେବଳ ହାଲୁକା ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପ୍ରକାଶ। ଉପକୂଳରୁ ୨୦୦ କିମି ଦୂର ଦେଇ ବାତ୍ୟା ଅତିକ୍ରମ କରିବ। ସମୁଦ୍ର ଅଶାନ୍ତ ରହୁଥିବାରୁ ୨୬ ପର‌୍ୟ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ କରାଯାଇଛି। ଚାନ୍ଦବାଲି, ପାରାଦୀପ, ଗୋପାଳପୁର ବନ୍ଦର ପାଇଁ ୩ ନଂ ବିପଦ ସଙ୍କେତ।

ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ବର୍ତ୍ତମାନ ଉତ୍ତର ଦିଗରେ ଗତି କରୁଛି । ପରେ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ବାଂଲାଦେଶ ଉପକୂଳ ଅଭିମୁଖେ ମୁହାଁଇବ । ଏହା ଘନୀଭୂତ ହୋଇ ବାତ୍ୟାର ରୂପ ନେବ ବୋଲି ଆଶଙ୍କା କରାଯାଉଛି । ଏହି ସମ୍ଭାବ୍ୟ ବାତ୍ୟାର ନାମ ରହିଛି “ହମୁନ’ । ମାତ୍ର ଏହାର ପ୍ରଭାବ ଓଡ଼ିଶା ଉପକୂଳରେ ବିଶେଷ ପଡ଼ିବ ନାହିଁ । ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଏସଆରସି ସମସ୍ତ ଜିଲ୍ଲାପାଳ ମାନଙ୍କୁ ସତର୍କ ରହିବାକୁ ଚିଠି ଲେଖିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ