Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଜି ରୁକୁଣା ରଥଯାତ୍ରା; ଚଳଚଞ୍ଚଳ ଏକାମ୍ରକ୍ଷେତ୍ର

ଭୁବନେଶ୍ବର: ଆଜି ପବିତ୍ର ଅଶୋକାଷ୍ଟମୀ ଉପଲକ୍ଷେ ଅନୁଷ୍ଠିତ ହେଉଛି ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ରୁକୁଣା ରଥଯାତ୍ରା। ରୁକୁଣା ରଥରେ ବିଜେ କରି ବ୍ୟାକୁଳ ଶ୍ରଦ୍ଧାଳୁଙ୍କୁ ଦେବେ ଦର୍ଶନ। ଏଥିପାଇଁ ଚଳଚଞ୍ଚଳ ଏକାମ୍ରକ୍ଷେତ୍ର। ପ୍ରଭୁଙ୍କ ଦର୍ଶନ ଲାଗି ଏକାଠି ହେବେ ହଜାର ହଜାର ଭକ୍ତ। ଏଥିପାଇଁ ସମୟ ନିର୍ଦ୍ଧାରିତ ହୋଇସାରିଛି। ରୁକୁଣା ରଥରେ ବିଜେ କରି ମାଉସୀ ଘରକୁ ବୁଲି ଯିବେ ମହାପ୍ରଭୁ। ଶ୍ରୀଲିଙ୍ଗରାଜ, ଦୋଳଗୋବିନ୍ଦ ଓ ଭଉଣୀ ରୁକ୍ମିଣୀଙ୍କ ସହିତ ରଥରେ ବିଜେ କରିବେ ମହାପ୍ରଭୁ। ଭୋର୍‌ ୫ଟାରୁ ମନ୍ଦିର ଦ୍ବାର ଖୋଲାଯାଇଛି। ନୀତିକାନ୍ତି ପରେ ସାହାଣ ମେଲାଦର୍ଶନ ହୋଇଛି।

ଦିନ ୧୨ଟା ୩୦ରୁ ଗୋଟାଏ ୩୦ ମଧ୍ୟରେ ପହଣ୍ଡି ବିଜେ କାର୍ଯ୍ୟକ୍ରମ ରହିଛି। ଏହା ପରେ ଦିନ ୩ଟା ୩୦ରୁ ଆରମ୍ଭ ହେବ ରଥଟଣା କାର୍ଯ୍ୟକ୍ରମ। ସଂଧ୍ୟା ୭ଟା ସୁଦ୍ଧା ରାମେଶ୍ୱର ମନ୍ଦିରରେ ରଥ ପହଞ୍ଚିବ। ରଥଯାତ୍ରା ସମୟରେ ବିଭିନ୍ନ ପ୍ରକାର ପାରମ୍ପରିକ ନୃତ୍ୟ ଗୀତରେ କମ୍ପିବ ରଥଦାଣ୍ଡ। ଭକ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଏଥିପାଇଁ ୧୨ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ କରାଯାଇଛି।


ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ