Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅତି ଭୀଷଣ ବାତ୍ୟାର ରୂପ ନେଲା ‘ହାମୁନ’, ବୁଧବାର ସକାଳେ ସ୍ଥଳଭାଗ ଛୁଇଁବ

ଭୁବନେଶ୍ଵର: ଅତି ଭୀଷଣ ବାତ୍ୟାର ରୂପ ନେଲା ସାମୁଦ୍ରିକ ଝଡ଼ ହାମୁନ। ଗତ ୬ ଘଣ୍ଟାରେ ଘଣ୍ଟା ପ୍ରତି ୨୩ କିମି ବେଗରେ ବଙ୍ଗୋପସାଗରରେ ପୂର୍ବ-ଉତ୍ତରପୂର୍ବ ଦିଗରେ ଗତି କରୁଛି ବାତ୍ୟା। ପାରାଦୀପ ଠାରୁ ପୂର୍ବ ଦିଗରେ ୨୯୦ କିମି ଦୂରରେ କେନ୍ଦ୍ରୀଭୂତ ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଏହା କ୍ରମଶଃ ଉତ୍ତର ଓ ଉତ୍ତର-ପୂର୍ବ ଦିଗରେ ଗତି କରି ଅକ୍ଟୋବର ୨୫ ସକାଳ ୫ଟା ବେଳକୁ ବାଂଲାଦେଶର ଖେପୁପାରା ଓ ଚିଟାଗଙ୍ଗ ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବାର ସମ୍ଭାବନା ରହିଛି। ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ଘଣ୍ଟାପ୍ରତି ୫୦ରୁ ୬୦ କିଲୋମିଟର ବେଗରେ ବହିପାରେ। ବାତ୍ୟା ହାମୁନ ସମୁଦ୍ର ମଧ୍ୟରେ ସମାନ୍ତରାଳ ଭାବରେ ଗତି କରୁଥିବାରୁ ଏହାର ବିଶେଷ ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ । ତେବେ ଏହାର ପ୍ରଭାବରେ ଉପକୂଳ ଓ ଉତ୍ତର ଓଡ଼ିଶାର କେତେକ ସ୍ଥାନରେ ବର୍ଷା ସମ୍ଭାବନା ରହିଛି ।

ବର୍ତ୍ତମାନ ଏହା ୫୦ରୁ ୫୫ କି.ମି. ପ୍ରତି ଘଣ୍ଟା ରହିଛି । ଏହାର ତୀବ୍ରତା କ୍ରମଶଃ ବଢ଼ିଚାଲିବ । ୨୫ ତାରିଖ ସନ୍ଧ୍ୟା ବେଳକୁ ଏହା ବାଂଲାଦେଶ ଉପକୂଳ ଅତିକ୍ରମ କରିବ । ଖେପୁପୁଡ଼ା ଏବଂ ଚିଟାଗଞ୍ଜ ମଧ୍ୟରେ ଗଭୀର ଅବପାତ ଭାବେ ରହିବ । ଓଡ଼ିଶାରେ ଗତ ୨୪ ଘଣ୍ଟାରେ ସାମାନ୍ୟ ବର୍ଷା ହୋଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ