Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଛତର ରୂପରେ ମାଁ ସର୍ବମଙ୍ଗଳା, ହଜାର ହଜାର ଶ୍ରଦ୍ଧାଳୁ ଙ୍କ ସମାଗମ।

କୋକସରା:୨୫/୧୦(ସନତ ପ୍ରଧାନୀ) କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଚିଲିଗୁଡା ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମାଁ ସର୍ବମଙ୍ଗଳାଙ୍କ ବାର୍ଷିକ ଛତରଯାତ୍ରା ମହୋତ୍ସବ ମଙ୍ଗଳବାର ଦିନ ମହାସମାରୋହ ରେ ପାଳିତ ହୋଇଯାଇଛି । ସୋମବାର ମଧ୍ୟରାତ୍ରୀରେ ଦେବୀଙ୍କ ଛତର ମନ୍ଦିରରୁ ବାହାରି ଗାଁ ଗଉଁନ୍ତିଆ ଘରକୁ ଆସିଥାନ୍ତି । ପୁଣି ତା’ ପରଦିନ ଦେବୀଙ୍କ ପ୍ରତିମା ଛତର ରୂପରେ ଗଉଁନ୍ତିଆଙ୍କ ଘରେ ପୂଜାର୍ଚ୍ଚନା ପରେ ମନ୍ଦିର ଅଭିମୂଖେ ବାହାରି ଥାନ୍ତି । ଦେବୀଙ୍କ ଛତର ବାହାରିବା ପରେ ହଜାର ହଜାର ଶ୍ରଦ୍ଧାଳୁ ରାସ୍ତା ଦୁଇ କଡରେ ଠିଆ ହୋଇ ଧୂପଦୀପ ଜଳାଇ, ମନ୍ଦାର ମାଳ, ବେଳପତ୍ର, ନଡିଆ ଭାଙ୍ଗି ପୁଜା କରିଥିଲେ । ଗାଁ ଗଉନ୍ତିଆଙ୍କ ବିନୋଦ ବିହାରୀ ସିଂଙ୍କ ଘରୁ ଦେବୀଙ୍କ ଛତର ବାହାରି ଗାଁ ପରିକ୍ରମା ପରେ ମନ୍ଦିରକୁ ପହଞ୍ଚିଥିଲା । ଆୟୋଜିତ ଛତରଯାତ୍ରା ନଗର ପରିକ୍ରମା ସମୟରେ ବୀରବାଦ୍ୟ ଘୁମୁରା, ନିଶାନ ବାଦ୍ୟ, ଚିଲିଗୁଡା ଆଞ୍ଚଳିକ ଲୋକନୃତ୍ୟ ଓ ଘଣ୍ଟୁଆଦଳ,ସଂକୀର୍ତ୍ତନ ଦଳ ଓ ବିଭିନ୍ନ ବେଶଭୁଷା ରେ କଳାକାର ମାନେ ଯୋଗଦେଇ ଏକ ବର୍ଣ୍ଣାଢ୍ୟ ପରିବେଶରେ ମାଙ୍କୁ ପାଛୋଟି ନେଇ ମନ୍ଦିର ପର୍ଯ୍ୟନ୍ତ ବିରାଟ ପଟୁଆରରେ ପହଞ୍ଚାଇଥିଲେ । ଛତର ପୀଠକୁ ପହଞ୍ଚିବା ପରେ ପୂଜାପାଠ ଆରମ୍ଭ ହୋଇଥିଲା । ପୂଜାପାଠ ସମୟରେ ବହୁ ସଂଖ୍ୟକ ଅପୁତ୍ରୀକ ମହିଳା ମାନେ ପୁତ୍ର ସନ୍ତାନ ପାଇଁ ଗୁହାରୀ କରିଥିଲେ । ବିବାହିତ ଅପୁତ୍ରୀକ ମହିଳାମାନଙ୍କୁ ଗର୍ଭ ଧାରଣ ସମସ୍ୟା ଦୁର କରିବାରେ ଦେବୀଙ୍କ ପ୍ରମୁଖ ଭୁମିକା ରହିଥିବା ବିଶ୍ୱାସ ଆବାହମାନ କାଳରୁ ଚାଲି ଆସିଛି । ଯାହାରି ଫଳରେ ମଙ୍ଗଳବାର ଶହଶହ ଅପୁତ୍ରିକ ମହିଳା ଦେବୀଙ୍କ ଠାରୁ ଆଶିର୍ବାଦ ନେବାକୁ ଆସିଥିଲେ । ଛତର ଯାତ୍ରାର ଦଶରା ପୂଜା କାର୍ଯ୍ୟକ୍ରମ ସମପାନ ହେବା ପରେ ନିଶା ରାତ୍ରୀରେ ମା ସର୍ବ ମଙ୍ଗଳାଙ୍କ ପୀଠରେ ବଳି ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଚଳିତ ବର୍ଷ ଛ ତର ଯାତ୍ରାରେ ଅତିଥୀ ଭାବେ ଧର୍ମଗଡ଼ ବିଧାୟକ ମୋୖଷଧି ବାଗ, କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ବିଜେପି ଯୁବମୋର୍ଚ୍ଚା ସଭାପତି କଳାହାଣ୍ଡି ବିଜୟଦେଵ ସାହୁ, କୋକସରା ସରପଞ୍ଚ କିଶୋର ଚନ୍ଦ୍ର ପ୍ରଧାନୀ, ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ସଭାପତି ମାନସ ରଞ୍ଜନ ବାଗ, ସମାଜସେବୀ ରାଜୁ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ।ଚିଲିଗୁଡା ଠାରେ ଆୟୋଜିତ ଦେବୀ ସର୍ବମଙ୍ଗଳା ଦଶରା ପୁଜା ଓ ଛତର ଯାତ୍ରା କାର୍ଯ୍ୟକ୍ରମକୁ ଗ୍ରାମ୍ୟ ପୁଜା କମିଟି ପକ୍ଷରୁ ଦେବୀ ପୁଜକ ମନ୍ଦର ପୁଝାରି, ଶିରା କୈଳାଶ ଚନ୍ଦ୍ର ସିଂ,ସଭାପତି ଧର୍ମୁ ନାଗ, ସମ୍ପାଦକ ସୁଧୀର ନିଆଲ,ଉପଦେଷ୍ଟା ଉତ୍ତମ କୁମାର ପଣ୍ଡା, ରଜନୀକାନ୍ତ ପଣ୍ଡା, ଧନେଶ୍ୱର ଗୋପାଳ, ଅଭିମନ୍ୟୁ ଗୋପାଳ, ନରେନ୍ଦ୍ର ସିଂ,ଅରୁଣ ସିଂ,ଜୟ ଶଙ୍କର ବେମାଲ, ଆୟୋଜନ କରିଥିଲେ।ଛତର ଯାତ୍ରା ଦେଖିବା ପାଇଁ କୋକସରା ବ୍ଲକ ଓ ସୀମାନ୍ତ ବ୍ଲକ ଅଧିନରେ ଥିବା ଗ୍ରାମରୁ ହଜାର ହଜାରରୁ ଭକ୍ତ ଓ ଶ୍ରଦ୍ଧାଳୁ ସାମିଲ ହୋଇଥିଲେ ।