Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଆଜି ଧରାପୃଷ୍ଠରୁ ମେଲାଣି ନେଉଛନ୍ତି ମା’: କଟକରେ ଜମିଲାଣି ଭିଡ଼, ଏହି ରୁଟରେ ଯିବା ମନା

କଟକ: ବିଜୟା ଦଶମୀ ପରେ ଏକାଦଶୀ ଅର୍ଥାତ ଆଜି ଧରାପୃଷ୍ଠରୁ ମେଲାଣି ନେଉଛନ୍ତି ମା ଜଗତ ଜନନୀ। ସେଥିପାଇଁ ସହରଠୁ ନେଇ ପୁରପଲ୍ଲୀରେ ଭସାଣି ଉତ୍ସବ ଆରମ୍ଭ ହୋଇ ଯାଇଛି। ତେବେ କଟକର ପ୍ରସିଦ୍ଧ ଦୁର୍ଗାପୂଜାର ଭସାଣିକୁ ନେଇ ପାରମ୍ପରିକ ବାଦ୍ୟ ଧ୍ଵନିରେ ପ୍ରକମ୍ପିତ ହେଉଛି ସହର। ଗତକାଲି ରାତିରୁ ଭସାଣି ପର୍ବ ଆରମ୍ଭ ହୋଇ ଯାଇଛି। ସହରର ଗଳିକନ୍ଦି ଲୋକାରଣ୍ୟ ହୋଇ ଉଠିଛି। ଏଥିପାଇଁ ଦେବୀଗଡ଼ା ଘାଟରେ ଲୋକଙ୍କ ଭିଡ଼ ଜମିବାରେ ଲାଗିଛି। ଏଠାରେ କୃତ୍ରିମ ପୋଖରୀ ତିଆରି କରାଯାଇଛି।

ଭସାଣିକୁ ନେଇ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଦେବୀଗଡ଼ଠାରେ ସିଏମସି ପକ୍ଷରୁ ଆଲୋକୀକରଣ, ପବ୍ଲିକ ଶୌଚାଳୟ ବ୍ୟବସ୍ଥା କରାଯାଇଛି। ସହରରେ ବିଭିନ୍ନ ମଣ୍ଡପରେ ପୂଜା ପାଉଥିବା ୧୫୦ରୁ ଅଧିକ ମୃଣ୍ମୟୀ ପ୍ରତୀମାର ବିସର୍ଜନ କରାଯିବ। ଏଥିପାଇଁ ବ୍ୟାପକ ପୋଲିସ ବଳ ମୁତୟନ କରାଯାଇଛି। ଭସାଣି ପାଇଁ ସହରର ମୁଖ୍ୟ ରାସ୍ତାରେ ଯାନବାହାନ ଚଳାଚଳ ଉପରେ କଟକଣା ଜାରି କରାଯାଇଛି।

କଲେଜ ଛକଠାରୁ ବକ୍ସିବଜାର ପର୍ଯ୍ୟନ୍ତ ଯାନବାହାନ ଚଳାଚଳ ଉପରେ କଟକଣା ଜାରି କରାଯାଇଛି। ଠିକ୍ ସେହିପରି ତିନିକୋଣିଆ ବଗିଚାରୁ ଚାନ୍ଦିନୀଚୌକ, ଚଣ୍ଡୀଛକରୁ ଶେଖ ବଜାର ଓ ମହମ୍ମଦିଆ ବଜାର ବାଟ ଦେଇ ଚାନ୍ଦିନୀଚୌକ ଯାଏଁ ରାସ୍ତାରେ ବି ଗାଡ଼ି ଚଳାଚଳ ମନା ରହିଛି। ସେହିପରି ଜାଉଁଳିଆପଟିରୁ ଫିରଙ୍ଗି ବଜାର ଦେଇ ଦେବୀଗଡ଼ା ଯାଏ ବି ଯାନବାହନ ଚଳାଚଳ ବାରଣ କରାଯାଇଛି।

More Stories