Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଦଶହରା ଦେଖି ଫେରିବା ବେଳେ ୨ ବାଇକ ମଧ୍ୟରେ ମୁହାମୁହିଁ ଧକ୍କା, ୪ ମୃତ

ନୂଆପଡ଼ା: ଦଶହରା ଦେଖି ଫେରିବା ବେଳେ ନୂଆପଡ଼ା ଜିଲ୍ଲା ବୋଡେନ୍ ଥାନା ଝିରିନିଖୋଲ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ତିନି ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତ ଗୁରୁତରଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ବୋଡେନ ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁଯାୟୀ, ଗତରାତି ପ୍ରାୟ ୧ଟାରେ ଦଶହରା ଦେଖି ଫେରୁଥିବା ବେଳେ ବୋଡେନ ଥାନା ଝିରିନିଖୋଲ ଛକ ନିକଟରେ ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ହେମନ୍ତ ମାଝୀ, ପିଙ୍କୁ ମାଝୀ, ହେମାନନ୍ଦ ମାଝୀ ଓ ରୋହିତ ମାଝୀ। ଗୁଣସାଗର ମାଝୀ, କୃଷ୍ଣଚନ୍ଦ୍ର ମାଝୀ ଓ ମୋହଲାଲ ମାଝୀ ଗୁରୁତର ହୋଇ ନୂଆପଡା ମୁଖ୍ୟ ଡାକ୍ତରଖାନାକୁ ପଠାଯାଇଛି। ଘଟଣା ପରେ ସଂପୂର୍ଣ୍ଣ ବ୍ଲକରେ ଶୋକର ଛାୟା ଖେଳିଯାଇଛି।

More Stories