Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

Emergency alert on Phone: ଆଜି ଆପଣଙ୍କ ଫୋନକୁ କୌଣସି ଜରୁରୀକାଳୀନ ମେସେଜ୍ ଆସିଛି କି ? କ’ଣ ଏହାର ଅର୍ଥ

ଭୁବନେଶ୍ଵର: ଶୁକ୍ରବାର ସକାଳେ କଣ ଆପଣଙ୍କ ମୋବାଇଲ ଫୋନକୁ କିଛି ଜରୁରୀକାଳୀନ ଅର୍ଥାତ ଆଲର୍ଟ ମେସେଜ ଆସିଛି କି ? କାରଣ ଦେଶର ଲକ୍ଷାଧିକ ଲୋକଙ୍କ ମୋବାଇଲକୁ ଜରୁରୀକାଳୀନ ଚେତାବନୀପୂର୍ଣ୍ଣ ମେସେଜ ଆସିଛି। ଅଚାନକ ଏମିତି ମେସେଜ୍ ଦେଖି ହୁଏତ ଆପଣଙ୍କ ମଧ୍ୟରୁ ଅନେକ ଡରି ଯାଇଥିବେ। ଏଥିପାଇଁ ବ୍ୟସ୍ତ ହେବାର କୌଣସି କାରଣ ନାହିଁ। ଦେଶର ନୂତନ ଜରୁରୀକାଳୀନ ଚେତାବନୀ ପ୍ରଣାଳୀର ପରୀକ୍ଷଣର ଏହା ଏକ ଅଂଶ ଥିଲା। ଏହାକୁ ରାଷ୍ଟ୍ରୀୟ ବିପର୍ଯ୍ୟୟ ପ୍ରବନ୍ଧନ ପ୍ରାଧୀକରଣ(ଏନଡିଏମଏ) ଦ୍ଵାରା ପଠାଯାଇଥିଲା।

ଏହି ପରୀକ୍ଷଣ ମେସେଜ ବା ସନ୍ଦେଶ ସମଗ୍ର ଦେଶରେ ସ୍ମାର୍ଟଫୋନ ୟୁଜର୍ସଙ୍କ ନିକଟକୁ ପଠାଯାଇଥିଲା। ଏହି ମେସେଜ ଆସିବା ମାତ୍ରେ ଅଚାନକ ଫୋନ ଭାଇବ୍ରେଟ୍ ହୋଇ ଉଠିଥିଲା। ମୋବାଇଲ୍ ସ୍କ୍ରିନ ଉପରେ ଲମ୍ବା ଚଉଡ଼ା ମେସେଜ୍ ଲେଖା ହୋଇଥିଲା। ଏଥିରେ ଲେଖା ହୋଇଥିଲା “ଜରୁରୀକାଳୀନ: ଗମ୍ଭୀର”। ଏନଡିଏମଏ ଏହି ପରୀକ୍ଷଣର ଉପଯୋଗ ଚେତାବନୀ ପ୍ରଣାଳୀର ପ୍ରଭାବ କେତେ ରହିଛି ତାହା ଜାଣିବା ଏବଂ କୌଣସି ପ୍ରକାରର ସମ୍ଭାବିତ ସମସ୍ୟାର ଚିହ୍ନଟ କରିବା ପାଇଁ କରିଛି।

ଦୂରସଞ୍ଚାର ବିଭାଗ(ସି ଡଟ୍) ଆଜି ଭାରତରେ ବିଭିନ୍ନ ଦୂରସଞ୍ଚାର ଅପରେଟର୍ସଙ୍କ ଅନେକ ମୋବାଇଲ ଉପଯୋଗକର୍ତ୍ତାଙ୍କୁ ଏକ ପରୀକ୍ଷଣ ଫ୍ଲାସ ସନ୍ଦେଶ ପଠାଇଛି। ଏହି ମେସେଜ ସେଲ୍ ବ୍ରଡକାଷ୍ଟିଂ ସିଷ୍ଟମ ମାଧ୍ୟମରେ ଆଜି ଦିନ ୧୨ଟା ଏବଂ ୧୨ଟା ୪୪ ମଧ୍ୟରେ ଥରେ ଇଂରାଜୀ ଭାଷାରେ ଏବଂ ଦ୍ଵିତୀୟ ଥର ଓଡ଼ିଆ ଭାଷାରେ ପଠାଯାଇଥିଲା। ୟୁଜର୍ସଙ୍କୁ ସୂଚିତ କରାଯାଇଛି ଯେ, ଏହା ଏକ ପରୀକ୍ଷଣ ଥିଲା ଏବଂ ଏଥି ପ୍ରତି ଭୟଭୀତ କି ଡରିବାର ଆବଶ୍ୟକତା ନାହିଁ।

More Stories