Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନଭେମ୍ବର ୪ ତାରିଖରେ ବୁଢାରଜା ଦେବଙ୍କ ଦଶରା, ଚଳ ଚଞ୍ଚଳ ଆମପାଣି ଅଞ୍ଚଳ ।

କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ଛତରଯାତ୍ରା ଶେଷ ହେଲାପରେ ଜିଲ୍ଲାର ଅନ୍ୟ ଏକ ପ୍ରସିଦ୍ଧ ଦଶରା କହିଲେ କୋକସରା ବ୍ଲକ ଆମପାଣି ଘାଟି ମୁଣ୍ଡରେ ପୁଜା ପାଉଥିବା ଆରଧ୍ୟ ଦେବତା ପ୍ରଭୂ ବୁଢାରଜା ଦେବଙ୍କ ‘ ଦଶରା ଅନୁଷ୍ଠିତ ହୋଇଥାଏ। ସମସ୍ତ ଦେବାଦେବୀଙ୍କ ‘ ମାମୁଁ ବୁଢାରଜାଙ୍କ ଦଶରା ପାଇଁ ଆମପାଣି ଅଞ୍ଚଳ ଚଳଚଞ୍ଚଳ ହୋଇଉଠୁଛି । କୁମାର ପୂର୍ଣ୍ଣିମା ପରେ ପଡୁଥିବା ଶନିବାର ଦିନ ପ୍ରତିବର୍ଷ ବୁଢାରଜାଙ୍କ ଦଶରା ପର୍ବ ପାଲିତ ହୋଇଥାଏ । ଆସନ୍ତା ୪ ତାରିଖ ଶନିବାର ଦଶରା ଅନୁଷ୍ଠିତ ହେବ ତା ପୁର୍ବଦିନ ଶୁକ୍ରବାର ପୁଝାରୀଙ୍କ ଘରେ ଲାଠି ପୂଜନୋତ୍ସବ ହେବ। ଶନିବାର ସକାଳ ୭ ରୁ ଶ୍ରଦ୍ଧାଳୁ ଙ୍କ ଦର୍ଶନ ପାଇଁ ମନ୍ଦିର ଖୋଲାଯିବ। ପୂର୍ବାହ୍ନ ୧୦ଟାରେ ବୁଢାରଜାଙ୍କ ଲାଠିଯାତ୍ରା ଆରମ୍ଭ ହେବ,ଲାଠି ବୁଢ଼ାରଜା ପୀଠରେ ପହଞ୍ଚିଲା ପରେ ଅପରାହ୍ନ ୩ ଟାରେ ଲାଖବିନ୍ଧା କାର୍ଯ୍ୟକ୍ରମ ହୋବାର ସୂଚନା ରହିଛି । ପରେ ସନ୍ଧ୍ୟା ରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ରାତି ୧୦ଟା ରେ ଘୁମୁରା ଓ ନାଟକ ପ୍ରତିଯୋଗିତା ଆରମ୍ଭ ହେବ।ଚଳିତ ବର୍ଷ ଦଶରା ପୂଜା କମିଟିର ସଭାପତି କୁମୁଦ ଚନ୍ଦ୍ର ପୁଝାରୀ, ଉପ ସଭାପତି ତିଲୋତ୍ତମା ନାଏକ, ସାଧାରଣ ସମ୍ପାଦକ ନକୁଲ ବାଣୁଆ, ସହ ସମ୍ପାଦକ ସନ୍ତୋଷ ମାଝୀ,କୋଷାଧ୍ୟକ୍ଷ ଜିତେନ୍ଦ୍ର ପଣ୍ଡା, ସମାଜସେବୀ ମନୋରଞ୍ଜନ ବାଣୁଆ,ସଦସ୍ୟ ବିଘ୍ନେଶ୍ୱର ନାଏକ, ଟିକିଚନ୍ଦ୍ର ଧଙ୍ଗଡା ମାଝୀ, ତ୍ରିନାଥ ପ୍ରସନ୍ନ ରାୟ, ମହେଶ୍ବର ପଟେଲ, ରାଜ କିଶୋର ପୂଜାରୀ,ବି. ଭାସ୍କର ରାଓ, ଦୟାନିଧି ନାଏକ, ଗୋବିନ୍ଦ ମାଝୀ,ରହସ୍ୟ ନାଏକ ଓ ଆମପାଣି ଗ୍ରାମବାସୀ ମାନେ ପରିଚାଳନା ରେ ସହଯୋଗ କରିବେ।