Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୁଟୁସିଲ ରିଟ୍ରିଟ ନିର୍ମାଣ ସ୍ଥଳକୁ ଜିଲ୍ଲାପାଳ ଗସ୍ତ

ସେମିଳିଗୁଡା: କୋରାପୁଟ ଜିଲ୍ଲା ର ସେମିଳିଗୁଡା ବ୍ଲକ୍ ର ପୁଟସିଲ ଠାରେ ପର୍ଯ୍ୟଟକ ବିଭାଗ ଦ୍ଵାରା ନିର୍ମିତ ଇକୋ ରିଟ୍ରିଟ୍ କେନ୍ଦ୍ର କୁ ଜିଲ୍ଲାପାଳ ମହମ୍ମଦ ଅବଦୁଲ ଆଖତର ପରିଦର୍ଶନ କରିଚନ୍ତି। ଆଉ କିଛି ଦିନ ରେ ଇକୋ ରିଟ୍ରିଟ୍ ଆରମ୍ଭ ହେବାକୁ ଯାଉଥିବା ବେଳେ
ଏଥିପାଇଁ ଜିଲ୍ଲା ପର୍ଯ୍ୟଟକ ବିଭାଗ ଓ ଜିଲ୍ଲା ପ୍ରଶାସନ ଦ୍ଵାରା ଜୋର୍ ଜାର ପ୍ରସ୍ତୁତି ଚାଲିଛି।ଆସନ୍ତା ଡିସେମ୍ବର ପ୍ରଥମ ସପ୍ତାହରେ ଉକ୍ତ କେନ୍ଦ୍ର ଆରମ୍ଭ ହେବାକୁ ଯାଉଥିବା ବେଳେ ନିର୍ମାଣ କାର୍ଯ୍ୟ ଖୁବ୍ ଶୀଘ୍ର ସଂପୂଣ୍ଣ କରିବା ପାଇଁ ଜିଲ୍ଲାପାଳ ମହମ୍ମଦ ଆଦେଶ ଦେଇଛନ୍ତି।ଜିଲ୍ଲାପାଳ ମହମ୍ମଦ ନିର୍ମାଣ କାର୍ଯ କୁ ତଦାରଖ କରିଥିଲେ। ଇକୋ ରିଟ୍ରିଟ୍ ନିର୍ମାଣ ସ୍ଥଳ କୁ ବୁଲି ଦେଖିଥିଲେ।ତୃତୀୟ ଥର ପାଇଁ
ଇକୋ ରିଟ୍ରିଟ୍ କୁ ନିର୍ମାଣ କରୁଥିବା ବେଳେ ନିର୍ମାଣ ସ୍ଥିତି ଉପରେ ଅଧିକାରୀ ସହ ମଧ୍ୟ ଜିଲ୍ଲାପାଳ ମହମ୍ମଦ ଆଲୋଚନା କରିଥିଲେ।ଅନ୍ୟ ମାନେ ଙ୍କ ମଧ୍ୟରେ ସେମିଳିଗୁଡା ଗୋଷ୍ଟି ଉନ୍ନୟନ ଅଧିକାରୀ ଲକ୍ଷ୍ମୀ ନାରାୟଣ ସାବତ,ସହକାରୀ ଅଧିକ୍ଷଣ ଯନ୍ତ୍ରୀ ସୃଷ୍ଟି ସୁହାସିନୀ ମଲ୍ଲିକ,
କନିଷ୍ଠ ଯନ୍ତ୍ରୀ ପୃଷ୍ଟି, ବିଭିନ୍ନ ବିଭାଗ ଅଧିକାରୀ
ପ୍ରମୁଖ ଯୋଗ ଦେଇଥିଲେ।
କୋରାପୁଟ ରୁ ରାଜେନ୍ଦ୍ର ଧଡକା ଙ୍କ ରିପୋର୍ଟ