Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ରାଜ୍ୟରେ ୩ ଲକ୍ଷ ବଢିଛନ୍ତି ଭୋଟର ସଂଖ୍ୟା, ଆଜିଠୁ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ଵର: ରାଜ୍ୟରେ ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ଭୋଟରଙ୍କ ସଂଖ୍ୟା ବଢିଛି। ଶୁକ୍ରବାର ଆୟୋଜିତ ପ୍ରେସମିଟରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ ଏହି ସୂଚନା ଦେଇଛନ୍ତି। ଏଥିସହ ଆଜିଠୁ ରାଜ୍ୟରେ ସ୍ଵତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆରମ୍ଭ ହୋଇଛି।

ଇସିଓ କହିଛନ୍ତି, ଗତ ବର୍ଷ ଭୋଟରଙ୍କ ସଂଖ୍ୟା ୩ କୋଟି ୨୩ ଲକ୍ଷ ୫୨ ହଜାର ୧୧୯ ଥିବା ବେଳେ ଚଳିତ ବର୍ଷ ବୃଦ୍ଧି ଘଟି ଅଛନ୍ତି ୩ କୋଟି ୨୬ ଲକ୍ଷ ୫୫ ହଜାର ୨୧୩। ବୁଥ ସଂଖ୍ୟା ମଧ୍ୟ ବଢି ୩୭ ହଜାର ୮୦୯ରେ ପହଞ୍ଚିଛି। ଆଜିଠୁ ରାଜ୍ୟରେ ସ୍ଵତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆରମ୍ଭ ହୋଇଛି। ଡିସେମ୍ବର ୯ ତାରିଖ ଯାଏ ଭୋଟର ଆବେଦନ କରି ପାରିବେ। ୨୦୨୪ ଜାନୁଆରୀ ସୁଦ୍ଧା ୧୮ ବର୍ଷ ହୋଇଥିଲେ ଅନଲାଇନ୍ ଓ ଅଫଲାଇନ୍‌ରେ ଆବେଦନ ହୋଇପାରିବ । । ଅଧିକ ସହାୟତା ପାଇଁ ୧୯୫୦କୁ କଲ୍ କରିପାରିବେ । ଏଥିପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ଅନଲାଇନ୍ ଓ ଅଫଲାଇନ୍‌ରେ ଆବେଦନର ବ୍ୟବସ୍ଥା ହୋଇଛି ।

ପ୍ରଥମ ପର୍ଯ୍ୟାୟରେ ୧୦ଟି ଜିଲ୍ଲାରେ ଇଭିଏମ, ଭିଭିପାଟ୍ ଯାଞ୍ଚ ସରିଛି। ବାକି ୨୦ଟି ଜିଲ୍ଲାରେ ନଭେମ୍ବର ୨୦ରୁ ଯାଞ୍ଚ ହେବ। ସବୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଉପ-ଜିଲ୍ଲାପାଳଙ୍କ କାର‌୍ୟ୍ୟାଳୟ, ବ୍ଲକ୍, ତହସିଲ ଓ ବୁଥ୍ ସ୍ତରୀୟ ଅଧିକାରୀଙ୍କୁ ଏ ନେଇ ବିଜ୍ଞପ୍ତି ଜାରି କରାଯାଇଛି । ଭୋଟର ତାଲିକା ସଂଶୋଧନରେ ସହାୟତା ଲାଗି ସମସ୍ତ ରାଜନୈତିକ ଦଳକୁ ଜଣେ ଜଣେ ବୁଥ୍ ସ୍ତରୀୟ ଏଜେଣ୍ଟ ଦେବାକୁ ଅନୁରୋଧ କରାଯାଇଛି । ଭୋଟର ତାଲିକା ସଂଶୋଧନକୁ ସ୍ୱଚ୍ଛ ଓ ନିରପେକ୍ଷ କରିବା ପାଇଁ ୧୮ ଜଣ ଆଇଏଏସ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି ।

More Stories