Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦିଲ୍ଲୀ ରେ ସହିଦ ଙ୍କ ସ୍ମୃତି ରେ ଅମୃତ ବାଟିକା ନିର୍ମାଣ ପାଇଁ ସଂଗୃହିତ ମାଟି ନେଇ ଗଲେ କର୍ମକର୍ତ୍ତା।

କୋକସରା:୨୭/୧୦ କେନ୍ଦ୍ର ସରକାରଙ୍କ ପକ୍ଷରୁ ମେରା ଦେଶ ମେରା ମାଟି କାର୍ଯ୍ୟକ୍ରମ ଜରିଆରେ ଦେଶବ୍ୟାପୀ ଦେଶ ର ସହିଦ ବିର ଯବାନ ଙ୍କ ସ୍ମୃତିକୁ ଉଜାଗର କରିବା ପାଇଁ ମାଟି ସଂଗ୍ରହ ଅଭିଯାନ ଆରମ୍ଭ ହୋଇଥିଲା ଓ ଏହା ଦୀର୍ଘଦିନ ଧରି ଦେଶ ର କୋଣ ଅନୁକୋଣରେ ବିଜେପି ର କର୍ମକର୍ତ୍ତା ମାନେ ପଦଯାତ୍ରା ରେ ଘର ଘର ବିଭିନ୍ନ ପ୍ରାନ୍ତ ରେ ଅଭିଯାନ କରି ଦେଶବାସୀ ଙ୍କୁ ଦେଶ ମାତୃକା ଭାବନା ଉଜାଗର କରି ଦିଲ୍ଲୀ ରେ ସହିଦ ଯବାନ ଙ୍କ ସ୍ମୃତି ରେ ନିର୍ମାଣ ହେବାକୁ ଥିବା ଅମୃତ ବାଟିକା ପାଇଁ ମାଟି ସଂଗ୍ରହ କରିଥିଲେ। ଶୁକ୍ରବାର ଦଳ ର ବରିଷ୍ଠ ନେତା ଜନାର୍ଦ୍ଦନ ପଣ୍ଡା ଙ୍କ ନେତୃତ୍ୱରେ କୋକସରା ବ୍ଲକ ରୁ ସଂଗ୍ରହୃତ ମାଟି କଳସ କୁ ସ୍ଥାନୀୟ ହନୁମାନ ମନ୍ଦିର ରେ ପୂଜାର୍ଚ୍ଚନା ପରେ ଏକ ଭବ୍ୟ ଶୋଭାଯାତ୍ରାରେ ନଗର ପରିକ୍ରମା କରି ଜଗନ୍ନାଥ ମନ୍ଦିରରେ ଦଲୀୟ କର୍ମି ତ୍ରିନାଥ ଶବର ଓ ଅର୍ଜୁନ ଭାଟି ଙ୍କୁ ହସ୍ତାନ୍ତର କରିଥିଲେ। ଏହି ସଂଗୃହିତ ମାଟି କୁ ଦୁଇଜଣ ଦିଲ୍ଲୀ ନେଇ ଯିବେ। ଏହି ଅବସର ରେ ବିଜେପି ଜିଲ୍ଲା ଉପ ସଭାପତି ଲକ୍ଷ୍ମୀ କାନ୍ତ ବାଗ, କୋକସରା ମଣ୍ଡଳ ପ୍ରଭାରୀ ଗରୁଡ଼ ଧ୍ଵଜ ମାଝୀ, ମଣ୍ଡଳ ସଭାପତି ଦୁର୍ଗା ପ୍ରଧାନୀ, ଉପ ସଭାପତି ରଜନୀକାନ୍ତ ପଣ୍ଡା, ଗୋପାଳ ଅଗ୍ରୱାଲ,ମୁକୁନ୍ଦ ପଟ୍ଟନାୟକ, ପ୍ରମୋଦ ପଣ୍ଡା, ଦୈତାରି ବାରିକ,ଭାବଗ୍ରାହୀ ପ୍ରଧାନୀ, ମନୋଜ ନାଏକ, ନବୀନ ପ୍ରଧାନୀ,ଧର୍ମାନନ୍ଦ ପଟ୍ଟନାୟକ,ଧର୍ମାନନ୍ଦ ନେଗି ଓ ଦଲୀୟ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ।