Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜଙ୍ଗଲ ଛାଡ଼ି ଗାଁ ମୁହା ହେଲେଣି ୫ ଜାଣିଆ ହାତୀ ପଲ

ଭବାନୀପାଟଣା, ୨୭/୧୦ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲାରେ ଦିନ କୁ ଦିନ ବଢ଼ି ବାରେ ଲାଗିଛି ହାତୀ ମାନଙ୍କ ଉପଦ୍ରବ ଗତ କାଲି କଳାହାଣ୍ଡି ଜିଲ୍ଲା ର କେସିଙ୍ଗା ବ୍ଲକ ଅନ୍ତର୍ଗତ ମାଟିଆ ଗ୍ରାମରେ ଗୋଟିଏ ପାଞ୍ଚ ଟିକିଆ ହାତୀ ଦଳ ଦେଖିବାକୁ ମିଳିଥିଲା କେସିଙ୍ଗା ବନ ବିଭାଗ କର୍ମଚାରୀ ତାକୁ ଯାଇ ଦିନ ସାରା ଜଗି ସେମାନେ ହାତୀ କେମିତି ଜନ ବସତି ଆଡ଼କୁ ନ ଆସିବ ସେଥି ପ୍ରତି ଧ୍ୟାନ ଦେଇ ଜଗି ବସି ଥିଲେ ମାଟିଆ ଗ୍ରାମରେ ଦିନ ତମାମ ହାତୀମାନେ ଚାଷୀ ମାନଙ୍କ ର ଧାନ କପା ମକା ଆଦି ଚାଷ ର କ୍ଷତି କରି ଥିଲେ ଆଜି ସେହି ହାତୀ ପଲ ରାତିରେ ଦାଦ ପୁର୍ ପଂଚାୟତ ର ଜାଜ୍ ଲଦେଇ ପୁର ଗ୍ରାମ ରେ ପହଞ୍ଚି ଥିଲେ ସେହି ଗ୍ରାମର ଧାନ କପା ମକା ସବୁ ଚାଷ ନଷ୍ଟ କରି ଦେଇଛନ୍ତି ଫଳରେ ଚାଷୀ ମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକଙ୍କ ପାଖରୁ ଖବର ପାଇ ଭବାନୀ ପାଟଣା ବନବିଭାଗ କର୍ମଚରୀମାନେ ପହଞ୍ଚି ହାତୀ ମାନଙ୍କୁ ଘଉଡ଼ାଇବା ପାଇଁ ଚେଷ୍ଟା ଚଳାଇଛନ୍ତି