Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଅମର ପାଲି ହାଇସ୍କୁଲ 2002 ବ୍ୟାଚ ର ପୁରାତନ ଛାତ୍ର ଛାତ୍ରୀ ମାନଙ୍କ ବନ୍ଧୁ ମିଳନ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଠେଙ୍ଗୋ ଡେମ ଡାକ ବଙ୍ଗଳା ଠାରେ ଅମରପାଲି ହାଇସ୍କୁଲ ର ପୁରାତନ ଛାତ୍ର ୨୦୦୨ ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l କାର୍ଯ୍ୟକ୍ରମ ରେ ମାଧବ ନାଏକ ସଭାପତିତ୍ୱ କରିଥିଲେ l ସାମ୍ବାଦିକ ସୁଶୀଲ କୁମାର ସାହୁ ସଂଯୋଜନା କରିଥିବା ବେଳେ ଦେବବ୍ରତ ଶତପଥୀ ସଭାପରିଚାଳନ କରିଥିଲେ l ଶ୍ରୀଲାଲ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ l ଏହି ଉତ୍ସବ ରେ ପୁରାତନ ଛାତ୍ର ମାଧବ ନାଏକ , ସାମ୍ବାଦିକ ସଞ୍ଜିବ ମେହେର , ମାଧବ ମହାକୁର , ଲଷ୍ମୀବଲ୍ଲଵ ପଧାନ , ସତୀଶ କୁମାର ସାହୁ , ଶ୍ରୀଲାଲ ପଧାନ , ଗୋପାଳ ସେଠି , ପ୍ରେମଚାନ୍ଦ ମହାକୁର , ଉମାଶଙ୍କର ହୋତା , ଗୋବିନ୍ଦ ସାହୁ , ସୁବାଷ ଚନ୍ଦ୍ର ସେନାପତି , ଦେବବ୍ରତ ଶତପଥୀ , ଶୋଭାଗିନୀ ପଧାନ , ସୁଶାନ୍ତ ଘିବିଲା , ସନାତନ ମହାକୁର , ରାଧାଗୋବିନ୍ଦ ବେହେରା ପ୍ରମୁଖ ସପରିବାର ଯୋଗ ଦେଇଥିଲେ l ଏହି ଅବସରରେ ସତୀଶ କୁମାର ସାହୁ ଙ୍କ ନେତୃତ୍ୱ ରେ ମହିଳା ଓ ଛୋଟ ଛୋଟ ଛାତ୍ରୀ ମାନଙ୍କ ମ୍ୟୁଜିକ ଚେୟାର ପ୍ରତିଯୋଗିତା କରି ସେମାନଙ୍କୁ ପୁରସ୍କୃତ କରାଯାଇଥିଲା l