Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

୨୬ତମ ସାର୍ବଜନୀନ ଗଜଲକ୍ଷ୍ମୀ ପୂଜା ଅନୁଷ୍ଟିତ

ଜମନକିରା : ଜମନକିରା ବ୍ଲକ କଟଙ୍ଗପାଣି ପଞ୍ଚାୟତ ଅନ୍ତର୍ଗତ ସରେଇ ଗ୍ରାମରେ ଅନୁଷ୍ଟିତ ହୋଇଯାଇଛି ମାଁ ଗଜଲକ୍ଷ୍ମୀ ପୂଜା। ଆଜକୁ ୨୬ବର୍ଷ ହେବ ମାଁ ଗଜଲକ୍ଷ୍ମୀଙ୍କ ପୂଜା ଏବଂ ଯାତ୍ରା କରିଆସୁଛନ୍ତି ସରେଇ ଗ୍ରାମବାସୀ। ଏହି ପରିପ୍ରେକ୍ଷୀରେ ଦୁଇଦିନ ହେବ ଫୁଟବଲ ଖେଳ ଆୟୋଜନ କରାଯାଇଥିବା ବେଳେ ଆଜି ପୁଚିଖେଳ, ମେଜିକ୍ ଚେୟାର, ଦୌଡ଼ ପ୍ରତିଯୋଗିତା ଭଳି ବିଭିନ୍ନ ଖେଳ ଆୟୋଜିତ ହୋଇଯାଇଛି। ଉତ୍ସବରେ ଅଭିମନ୍ୟୁ ଖଡିରତ୍ନ ପୁରୋହିତ କାର୍ଯ୍ୟ ତୁଲାଇ ଥିବାବେଳେ ଧରଣୀଧର ଅମାତ୍ୟ ଓ ତାଙ୍କ ଧର୍ମପତ୍ନୀ କଳ୍ପନା ଆମାତ୍ୟ କର୍ତ୍ତା ରୂପେ କାର୍ଯ୍ୟ ଗ୍ରହଣ କରି ମାଁ ଗଜଲକ୍ଷ୍ମୀଙ୍କ ପୂଜା ସମାପନ କରିଥିଲେ। ପୁଜା ଉତ୍ସବରେ ବହୁ ଦୂର ଦୁରାନ୍ତରରୁ ଆସିଥିବା ବହୁ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା। ରାତ୍ର ସମୟରେ ଭକ୍ତଙ୍କ ମନୋରଞ୍ଜନ ପାଇଁ ଭଜନ ସମାରୋହ, ନୃତ୍ୟ ପ୍ରତିଯୋଗିତା ଏବଂ ଅପେରା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା। ସମ୍ପୂର୍ଣ ଉତ୍ସବକୁ କମିଟି ସଭାପତି ମନୋଜ ମାଝି ପରିଚାଳନା କରିଥିବା ବେଳେ କମିଟିର ଅନ୍ୟ ସଦସ୍ୟ ଓ ଗ୍ରାମବାସୀ ସହଯୋଗ କରିଥିଲେ।