Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଧଅରପୁର ଠାରେ ଗୋଣ୍ଡ ସଂସ୍କୃତି ସମାଜ ପକ୍ଷରୁ ନୂଆଁଖାଇ ଭେଟଘାଟ ।

କୋକସରା୩୦/୧୦ ଧର୍ମଗଡ ବ୍ଲକ ଧଅରପୁର ଠାରେ ଆଜି ଧର୍ମଗଡ ବ୍ଲକ ଗୋଣ୍ଡ୍ ସମାଜ ପକ୍ଷରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନଷ୍ଠିତ ହୋଇଯାଇଛି l ଗୋଣ୍ଡ ଆଦିବାସୀ ମାନଙ୍କ ପାରମ୍ପରିକ ବାଦ୍ୟ, ମାଦଳି ,ଘୁମୁରା ଧରି ଅତିଥି ମାନଙ୍କୁ ସମ୍ମାନର ଶହ ବଜାର ପଡ଼ିଆରେ ହେଉଥିବା ମଞ୍ଚକୁ ପାଛୋଟି ଆଣିଥିଲେ l ଛୋଟ ଛୋଟ ଆଦିବାସୀ ଝିଅଙ୍କ ଦ୍ଵାରା ପୁଷ୍ପ ଗୁଚ୍ଛ ଓ ଉପଢୌକନ ଦେଇ ସ୍ବାଗତ ଜଣାଇ ଥିବା ବେଳେ କୁନି ଝିଅ ମାନଙ୍କ ଦ୍ଵାରା ଗୋଣ୍ଡ ମାନଙ୍କର ପାରମ୍ପରିକ ସଙ୍ଗୀତ ଗାୟନ କରାଯାଇଥିଲା l ଏଥିରେ ଧର୍ମଗଡ ବ୍ଲକ ସଭାପତି ଟଙ୍କ ଧର ଅନଟି ସଭାପତିତ୍ବ ରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ଯୋଗଦେଇ ଥିବା ବେଳେ ମୁଖ୍ୟବକ୍ତା ଡମ୍ବରୁଧର ପୁଝାରୀ ବେନ୍ଦ୍ରା ନୟାଗଡ଼ ଛତିଶଗଡ ସମ୍ମାନୀୟ ଅତିଥି ଭାବେ ପୁଷ୍ପେନ୍ଦ୍ର ସିଂ ଦେଓ ପୂର୍ବତନ ମନ୍ତ୍ରୀ ,ଚନ୍ଦ୍ରକାନ୍ତ ମାଝୀ ,ମହେଶ୍ୱର ମାଝୀ, ରମାକାନ୍ତି ମାଝୀ ସିନାପାଲି ବ୍ଲକ ସଭାପତି ,ପ୍ରସନ୍ନ ମାଝୀ ଜିଲ୍ଲା ସଭାପତି ନୂଆପଡ଼ା ,ବାହାଦୁର ମାଝୀ ବରିଷ୍ଠ ସମାଜସେବୀ ସ୍ୱର୍ଣଲତା ମାଝୀ ଏସ ଡି ସି ଭାଇସଚେୟାରମେନ ପ୍ରମୁଖ ମଞ୍ଚlଷିନ ହୋଇଥିଲେ l କାର୍ଯ୍ୟକ୍ରମ ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଗୌଣ୍ଡ ମାନଙ୍କ ମଧ୍ୟରେ ଭାତୃଭାବ ଏବଂ ସଂଗଠନ ପ୍ରତି ଆଗ୍ରହ ସୃଷ୍ଟି କରି ପରସ୍ପର ସାହାଯ୍ୟ କରି ଗଣ୍ଡ ସମାଜକୁ ଶିକ୍ଷା,ସ୍ବାସ୍ଥ୍ୟ ,ଅର୍ଥନୀତି ଏବଂ ସ୍ୱାଭିମାନ ରକ୍ଷା କରି ସମାଜର ପ୍ରତୋକ ସ୍ତରରେ ପରସ୍ପର ସାହାଯ୍ୟ ହେବା ଆଗାମୀ ଦିନରେ ଗଣ୍ଡ ମାନଙ୍କ ସମ୍ମିଧନିକ ଅଧିକାର ପାଇବା ସମସ୍ତ ଅତିଥି ମାନେ ପରମ୍ପରାକୁ ବଜାୟ ରଖିବା କୁ ନିଜ ନିଜ ବକ୍ତବ୍ୟରେ ଉପସ୍ଥାପନା କରିଥିଲେ l ଏହି କାର୍ଯ୍ୟକ୍ରମ ରେ ପଦ୍ମକିଶୋର୍ ନାଏକ ମଞ୍ଚ ପରିଚାଳନା କରିଥିବା ବେଳେ ହରେକୃଷ୍ଣ ନାଏକ, ଇଶ୍ଵରାମ ମାଝୀ, ସାନ ନାଏକ,ଯୁବରାଜ ନାଏକ,କୃଷ୍ଣ ଚନ୍ଦ୍ର ମାଝୀ,ତୁଳସୀ ରାମ ନାଏକ ଓ ଅନ୍ୟ ମାନେ ସହଯୋଗ କରିଥିଲେ l ଅଭିଭାଷଣ ସରିଲା ପରେ ଝିଅଙ୍କ ଦ୍ଵାରା ନୃତ୍ୟ ପରିବେଷଣ କରାଯାଇଥିଲା l ଧର୍ମଗତ ରୁ ହେମନ୍ତ କୁମାର ମାଝୀ