Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବସୁଧା ଓଭର ହେଡ ଟ୍ୟାଙ୍କ ପାଣି ଯୋଗାଣ ପୂର୍ବରୁ ଝରୁଛି ପାଣି, ନିନ୍ମମାନ କାର୍ଯ୍ୟ ଅଭିଯୋଗ।

କୋକସରା:୩୦/୧୦ ପ୍ରତି ପଞ୍ଚାୟତ ରେ କୋଟି କୋଟି ଟଙ୍କା ବ୍ୟୟବରାଦ ରେ ଗ୍ରାମ ଜଳଯୋଗାଣ ବିଭାଗ ପକ୍ଷରୁ ଓଭର ହେଡ ପାଣି ଟାଙ୍କି ନିର୍ମାଣ ହୋଇଥିବା ବେଳେ କାର୍ଯ୍ୟକ୍ଷମ ପୂର୍ବରୁ ଲୋକଙ୍କ ତୃଷା ମେଣ୍ଟାଇବା ବଦଳ ରେ ଓଭର ହେଡ ଟାଙ୍କି ରୁ ପାଣି ଲିକେଜ ହୋଇ ଗଲି ପଡୁଛି, ଫଳରେ ଗ୍ରାମବାସୀ ଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। କୋକସରା ବ୍ଲକ ରେଙ୍ଗାଳପାଲି ପଞ୍ଚାୟତ ଝରିଆଗୁଡା ଗ୍ରାମ ର ଖେଳ ପଡ଼ିଆ ରେ ଆଜିକୁ ୬ ମାସ ତଳେ ଝରିଆଗୁଡା ଗ୍ରାମ କୁ ଜଳଯୋଗାଣ ପାଇଁ ଓଭର ହେଡ ଟ୍ୟାଙ୍କ ଗ୍ରାମ୍ୟ ଜଳଯୋଗାଣ ବିଭାଗ ପକ୍ଷରୁ ଜୈ ନିକ ଠିକାସଂସ୍ଥା ନିର୍ମାଣ କରିଥିଲେ।ତେବେ ନିର୍ମାଣ ସମୟରେ କାର୍ଯ୍ୟ ନିନ୍ମମାନ ର ହେଉଥିବା ନେଇ ସ୍ଥାନୀୟ ଗ୍ରାମବାସୀ ମାନେ ଠିକାସଂସ୍ଥା ଓ ବିଭାଗୀୟ ଅଧିକାରୀ ଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ଗ୍ରାମବାସୀ ଙ୍କ ଅଭିଯୋଗ କୁ ଅଣଦେଖା କରିଥିବା କରିଥିଲେ। ରବିବାର ପ୍ରଥମ ଥର ଓଭର ହେଡ ପାଣି ଟାଙ୍କି ରେ ପାଣି ଉଠା ଯାଇଥିବା ବେଳେ ଟାଙ୍କି ର ବିଭିନ୍ନ ସ୍ଥାନରେ ଲିକେଜ ହୋଇ ପାଣି ଗଲୁଥିବା ଦେଖିବାକୁ ମିଳିଛି, ଯାହାକୁ ନେଇ ସ୍ଥାନୀୟ ଗ୍ରାମବାସୀ ରାଜ କିଶୋର ସାହୁ, ଜୟଲାଲ ନାଏକ, ବିଭୀଷଣ ରାଉତ, ପରଜା ବଚ୍ଛା, ଟୁକୁ ନାଏକ, ବିକ୍ରମ ସାହୁ, ମନ୍ମଥ ସାହୁ, ଦ୍ରୋଣ ଗହୀର, ମୁକୁନ୍ଦ ପଟ୍ଟନାୟକ,ବାବୁ ସାହୁ, ହୃଷିକେଶ ଦାସ, ପ୍ରମୁଖ ଅଭିଯୋଗ କରିଛନ୍ତି। ଏନେଇ ଗ୍ରାମ୍ୟ ଜଳଯୋଗାଣ ର କନିଷ୍ଠ ଯନ୍ତ୍ରୀ ଫନୀନ୍ଦ୍ର ଆର୍କା ଙ୍କୁ ଯୋଗାଯୋଗ କରିବାରୁ ମୋବାଇଲ ସ୍ୱିଚ ଅଫ ରହିଥିବା ବେଳେ ପଞ୍ଚାୟତ ନିର୍ବାହୀ ଅଧିକାରୀ ବିରଞ୍ଚି ଖରସେଲ ଙ୍କୁ ପଚାରିବାରୁ ଠିକାସଂସ୍ଥା ଏପର୍ଯ୍ୟନ୍ତ ପଞ୍ଚାୟତ କୁ ହସ୍ତାନ୍ତର କରି ନଥିବା କହିଛନ୍ତି। ତେବେ କୋଟି କୋଟି ଟଙ୍କା ବ୍ୟୟ ଅଟକଳ ରେ ନିର୍ମାଣ ହୋଇଥିବା ପାଣି ଟାଙ୍କି ର ସ୍ଥାୟୀତ୍ୱ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି