Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋକସରା ଠାରେ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ପାଳନ।

କୋକସରା:୩୦/୧୦ ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ମୁକାବିଲା ପାଇଁ କୋକସରା ବ୍ଲକ ସଭାଗୃହ ରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ କୁ ଭାରପ୍ରାପ୍ତ ଜିପିଇଓ ବିରଞ୍ଚି ଖରସେଲ ପରିଚାଳନା ରେ ମୁଖ୍ୟ ଅତିଥି ଭାବେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, କୋକସରା ତହସିଲଦାର ନବୀନ କିଶୋର ପାଢ଼ୀ, ଭାରପ୍ରାପ୍ତ ବିଡ଼ିଓ ଶ୍ରୀଧର ପଣ୍ଡା, ଅଗ୍ନିଶମ ବିଭାଗ ଅଧିକାରୀ ପ୍ରଶାନ୍ତ କୁମାର ବାଗ ଓ ମିଶନ ଶକ୍ତି ର ବ୍ଲକ ସଂଯୋଜକ ସୁରେଶ ଚନ୍ଦ୍ର ରାଉତ ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ଉପସ୍ଥିତ ରହିଥିବା ବିଭିନ୍ନ ପଞ୍ଚାୟତ ର ସମିତି ସଦସ୍ୟ, ସରପଞ୍ଚ ଓ ମିଶନ ଶକ୍ତି ର ମହିଳା କର୍ମଚାରୀ ଏମବିକେ,ସିଆରପି,ଙ୍କୁ ବନ୍ୟା, ବାତ୍ୟା, ଅଗ୍ନିକାଣ୍ଡ ସମୟରେ ବିପର୍ଯ୍ୟୟ ପରିଚାଳନା ମୁକାବିଲା ବିଷୟରେ ବୁଝାଇ ବା ସହ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ଡେମୋ କରି ପ୍ରଦର୍ଶିତ କରିଥିଲେ।