ଟେମରା ପଞ୍ଚାୟତ ରେ ଯୁଗ୍ମ ଜନ ଶୁଣାଣି ଶିବିର, ୧୮୮ ଅଭିଯୋଗ ଶୁଣାଣି।

କୋକସରା:୩୦/୧୦ କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରତି ପଞ୍ଚାୟତ ରେ ଲୋକଙ୍କ ଅଭିଯୋଗ, ଅସୁବିଧା କୁ ନେଇ ଦୁଆର ମୁହଁରେ ସେବା ଯୋଗାଇ ଦେବାକୁ ଜନ ଶୁଣାଣି କାର୍ଯ୍ୟକ୍ରମ ଦୀର୍ଘମାସ ହେବ ଅନୁଷ୍ଠିତ ହୋଇ ଆସୁଥିବା ବେଳେ ସୋମବାର କୋକସରା ବ୍ଲକ ର ଟେମରା ଗ୍ରାମ ପଞ୍ଚାୟତ ଠାରେ ସରପଞ୍ଚ କ୍ଷିତିରାମ ପାତ୍ର ଙ୍କ ସଭାପତିତ୍ୱ ରେ କୋକସରା ବ୍ଲକ ପ୍ରଶାସନ ର ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ରହି ଅଭିଯୋଗ ନେଇ ଆସିଥିବା ଟେମରା, କୁଳେରଗୁଡା, କରଲାଗୁଡା,ହଂସପଡ଼ା, ବୋବରିଆ ଗ୍ରାମ ର ଅନେକ ହିତାଧିକାରୀ ଆସି ଆଵାସ ଯୋଜନା, ମଧୁବାବୁ ପେନସନ,କଳାକାର ପେନସନ,ଜମି ମରାମତି, ମନରେଗା,ପିଡ଼ିଏସ ଓ ଅନ୍ୟାନ୍ୟ ଅଭିଯୋଗ ନେଇ ଆସିଥିଲେ। ଶୀଘ୍ର ସେମାନଙ୍କ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ବ୍ଲକ ର ବିଭିନ୍ନ ବିଭାଗ ରୁ ଆସିଥିବା ଅଧିକାରୀ ମାନେ କହିଛନ୍ତି। ଯୋଗାଣ ଅଧିକାରୀ ଜଗାରାମ ମୁର୍ମୁ, ସମାଜ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଆକାଶ କୁମାର ଦିଗାଲ,ସ୍ଵାସ୍ଥ୍ୟ କର୍ମି,ଅଙ୍ଗନୱାଡି କର୍ମି,ମିଶନ ଶକ୍ତି ମହିଳା କର୍ମଚାରୀ ମାନେ ଉପସ୍ଥିତ ରହିଥିବା ବେଳେ ପଞ୍ଚାୟତ ପିଇଓ ଗୌତମ ନାଗ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଦୁଷ୍ମନ୍ତ କୁମାର ପାତ୍ର, ହେମନ୍ତ ବାଣୁଆ, ଲଳିତ ସତନାମୀ, ପ୍ରକାଶ ପାତ୍ର ସହଯୋଗ କରିଥିଲେ।