ଜମନକିରା ପୋଲିସର ବଡ଼ ସଫଳତା, କୃଷି ଯନ୍ତ୍ର ଚୋରି ରାକେଟର ପର୍ଦାଫାସ, ୯ କୋର୍ଟ ଚାଲାଣ


ଜମନକିରା : ଜମନକିରା ଥାନା ଅଞ୍ଚଳରେ ବହୁ ସଂଖ୍ୟକ କୃଷି ଯନ୍ତ୍ର ଚୋରି କରିଥିବା ଏକ ବଡ ରାକେଟ ର ଆଜି ପର୍ଦାଫାସ ହୋଇଛି। ଏଥିରେ ସଂପୃକ୍ତ ଥିବା ୯ ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ତେବେ ସେମାନଙ୍କ ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗ କୋର୍ଟ ହାଜତକୁ ପଠେଇ ଥିବା ନେଇ କୁଚିଣ୍ଡା ଏସଡିପିଓ ଅମିତାଭ ପଣ୍ଡା ଖବରଦାତା ସମ୍ମିଳନୀରେ ପ୍ରକାଶ କରିଛନ୍ତି। ଏଥିରେ ଆହୁରି ଅଧିକ ସଂଖ୍ୟକ କୃଷି ଯନ୍ତ୍ର ଚୋରି ହୋଇଥିବା ନେଇ ପୋଲିସ ଆଶଂକା ପ୍ରକାଶ କରିଥିବା ବେଳେ ଅଧିକ ତଦନ୍ତ ପାଇଁ ଦରକାର ପଡିଲେ ରିମାଣ୍ଡରେ ଆଣି ଅଧିକ ତଦନ୍ତ କରାଯିବ ବୋଲି ପୋଲିସ କହିଛି। ଏହି ରାକେଟର ମୁଖ୍ୟ କାର୍ପର୍ଦାର ଶାସନ ଥାନା ବହିଦାରକଣ୍ଟା ଗାଁର ମାମୁଁ ରଘୁନନ୍ଦନ ପ୍ରଧାନ ର ପୁଅ ସୁଧାଂଶୁ ପ୍ରଧାନ (୩୭) ଏବଂ ସଦର ଥାନା ବାଇରବନ୍ଧ ଗାଁର ରାଜେନ୍ଦ୍ର ପ୍ରଧାନଙ୍କ ପୁଅ ସତ୍ୟଜିତ ପ୍ରଧାନ (୨୫) ଥିବା ବେଳେ ଅନ୍ୟ ୭ଜଣ ହେଲେ ଜମନକିରା ଥାନା କଣ୍ଟିଆଲି ଗାଁର ଗୋରିଣ୍ଡ ଶଲିମା ର ପୁଅ ଚିନ୍ମୟ ସଲିମା(୨୦), ସଦର ଥାନା ବାଇରବନ୍ଧ ଗାଁର ଭକ୍ତ ନାୟକ ର ପୁଅ ମନୋଜ ନାୟକ(୧୯), ଜମନକିରା ଥାନା ଖରସନମାଲ ଗାଁର ସିତାରାମ ମୁଣ୍ଡା ର ପୁଅ ଚନ୍ଦନ ମୁଣ୍ଡା(୧୯), ଖରସନମାଲ ଗାଁର ବଳରାମ ମୁଣ୍ଡା ର ପୁଅ ବିଜୟ କୁମାର ମୁଣ୍ଡା(୨୪), ସଦର ଥାନା ବାହାମ ଗାଁର ସନ୍ତୋଷ ମାଝୀ ର ପୁଅ ବିଜୟ ମାଝୀ(୨୩), ଜମନକିରା ଥାନା ଖରସନମାଲ ଗାଁର ପରଦେଶୀ ସିଂ ର ପୁଅ ଗୋପାଳ ସିଂ(୨୧) ଏବଂ ଶାସନ ଥାନା ଜାମପାଲି ଗାଁର ଦନାରଦନ ବଢେଇ ର ପୁଅ ମନୋଜ ବଢେଇ(୩୦) କୁ ପୋଲିସ ଗିରଫ କରି ଆଜି ଅପରାହ୍ନରେ କୋର୍ଟ ଚାଲାଣ କରିଛି। ଏନେଇ ଜମନକିରା ଥାନା କେସ ନ.୧୪୫/୨୩(୩୭୮)(୧୨୦ବି)ରେ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଛି।
ସୂଚନା ଯୋଗ୍ୟ ଯେ, ଗତ ୧୬ ତାରିଖ ବିଳମ୍ବିତ ରାତ୍ରୀରେ ଜମନକିରା ଥାନା ଅନ୍ତର୍ଗତ କଟଙ୍ଗପାଣି ଗ୍ରାମର ମଦନ ସୁନ୍ଦର ପଧାନଙ୍କ ଘର ସମ୍ମୁଖରୁ ତାଙ୍କର ଏକ ପାୱାର ଟିଲର ଚୋରି ହୋଇଥିଲା। ଏନେଇ ଶ୍ରୀ ପଧାନ ୧୭ ତାରିଖ ଦିନ ଜମନକିରା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ସେହି ଅଭିଯୋଗ ଆଧାରରେ ଆଇଆଇସି ପଦ୍ମାଳୟା ସାହୁ ଏସଆଇ ଦେବଜାନୀ ଛତରଙ୍କୁ ଏହାର ତଦନ୍ତ ଭାର ଦେଇଥିଲେ। ଧୀରେ ଧୀରେ କୁଚିଣ୍ଡା ଥାନା, କତରବଗା ଏବଂ ସଦର ଥାନାରେ ମଧ୍ୟ ପାୱାର ଟିଲାର ଚୋରିର ଅଭିଯୋଗ ହୋଇଥିବା କଥା ସାମ୍ନାକୁ ଆସିଥିଲା ଫଳରେ ସମ୍ବଲପୁର ଏସିପି ଙ୍କ ନିର୍ଦ୍ଦେଶ କ୍ରମେ କୁଚିଣ୍ଡା ଏସଡିପିଓ ଅମିତାଭ ପଣ୍ଡା ସଦର ଥାନା ଏବଂ ଜମନକିରା ଥାନା କର୍ମକର୍ତ୍ତାକୁ ନେଇ ଏକ ସ୍ବତନ୍ତ୍ର ଟିମ ଗଠନ ହୋଇଥିଲା। ସିସି ଟିଭି ଫୁଟେଜକୁ ଆଧାର କରି ପୋଲିସ ଦୀର୍ଘ ତେର ଦିନର ଅକ୍ଲାନ୍ତ ପରିଶ୍ରମ ପରେ ଗତକାଲି ନଅ ଜଣ ଅଭିଯୁକ୍ତକୁ ପୋଲିସ ଗିରଫ କରିବାରେ ସଫଳ ହୋଇଥିଲା। ଅଭିଯୁକ୍ତ ମାନଙ୍କ ପାଖରୁ ୭ ଗୋଟି ପାୱାର ଟିଲର, ୨ଟି ଧାନକଟା ରେପର୍ ମେସିନ ଚୋରିରେ ବ୍ୟବହୃତ ହୋଇଥିବା ଗୋଟିଏ ପିକଅଫ ଗାଡି( ଓଡ଼ି ୧୫ କ୍ୟୁ ୧୭୭୩) ଏବଂ ଚୋରି ପାଇଁ ବ୍ୟବହୃତ ୪ଟି ମୋବାଇଲ ଜବତ କରିଛି। ଏନେଇ ଆଜି ଏସଡିପିଓ ଶ୍ରୀ ପଣ୍ଡା ପ୍ରେସମୀଟ ଆୟୋଜନ କରି ସମସ୍ତ ତଥ୍ୟ ପ୍ରଦାନ କରିଛନ୍ତି।

ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ ଠାରେ ଓଜିଲ୍ଲାସ୍ତରୀୟ ବିକାଶ ମେଳା ଶୁଭ ଉଦ୍‌ଘାଟିତ ପାରଳାଖେମୁଣ୍ଡି:୨୧/୯(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ୍ ଠାରେ ଜିଲ୍ଲାସ୍ତରୀୟ ବିକାଶ ମେଳା ଶୁଭ ଉଦ୍‌ଘାଟିତ ହୋଇଯାଇଅଛି । ରାଜ୍ୟ ସରକାରଙ୍କ ବିକାଶ ମୂଳକ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ଗୁଡ଼ିକର ସୂଚନା-ଶିକ୍ଷା-ସଞ୍ଚାର କାର୍ଯ୍ୟକ୍ରମ ମାଧ୍ୟମରେ ଜନ ସାଧାରଣଙ୍କୁ ସଚେତନତା ସୃଷ୍ଟି ପାଇଁ ବିକାଶ ମେଳା ଆଜି ଠାରୁ ୨୩-ସେପ୍ଟେମ୍ବର, ୨୦୨୪ ପର୍ଯ୍ୟନ୍ତ ତିନି ଦିନ ବ୍ୟାପୀ ଏହି କାର୍ଯ୍ୟକ୍ରମ ଚାଲୁରହିବ । ଆଜିର ଏହି ମେଳାରେ ମୁଖ୍ୟଅତିଥି ଭାବେ ଶ୍ରୀଯୁକ୍ତ ବିଭୁତି ଭୂଷଣ ଜେନା, ମାନ୍ୟବର ମନ୍ତ୍ରୀ ବାଣିଜ୍ୟ ଓ ପରିବହନ ଏବଂ ଇସ୍ପାତ ଓ ଖଣି, ଓଡ଼ିଶାଯୋଗଦେଇ ବିକଶିତ ଓଡିଶା ପ୍ରଗତିର ନୂତନ ସୂର୍ଯ୍ୟୋଦୟ କାର୍ଯ୍ୟକ୍ରମକୁ ଶୁଭ ଉଦ୍‌ଘାଟନ କରିଛନ୍ତି । ଏହି ମେଳାରେ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ଶ୍ରୀକେ.ନାରାୟଣ ରାଓ, ପୂର୍ବତନ ବିଧାୟକ ପାରଳାଖେମୁଣ୍ଡି, ଶ୍ରୀମତୀ ମାଳତୀ ପ୍ରଧାନ, ଅଧ୍ୟକ୍ଷା ପଞ୍ଚାୟତ ସମିତି ନୂଆଗଡ଼ ଓ ଡ.ଗୁଣନିଧି ନାୟକ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ଗଜପତି ପ୍ରମୁଖ ମଞ୍ଚାସିନ ଥିଲେ । ଏହି ଉଦଘାଟନୀ ଉତ୍ସବରେ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ଜେନା ପ୍ରଦୀପ ପ୍ରଜ୍ଜ୍ଵଳନ ପୂର୍ବକ କାର୍ଯ୍ୟକ୍ରମ ଶୁଭାରମ୍ଭ କରି ନିଜ ବକ୍ତବ୍ୟରେ କହିଥିଲେ ଯେ ରାଜ୍ୟରେ ୧୦୦ଦିନ ପୂରଣ କରିଥିବା ସରକାରଙ୍କ ସଫଳ କାହାଣି ବର୍ଣ୍ଣନା କରିବା ସହ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର ମିଳିତ ଭାବେ ଓଡିଶାର ସାମଗ୍ରୀକ ବିକାଶ ଓ ସମୃଦ୍ଧି ଦିଗରେ ଅଗ୍ରସର ହେଉଛି । ଏହି ଅବସରରେ ଅଳ୍ପଦିନ ମଧ୍ୟରେ ମୋହନ ସରକାର ମହିଳାମାନଙ୍କ ନିମନ୍ତେ ସୁଭଦ୍ରା ଯୋଜନା ଠାରୁ ଆରମ୍ଭ କରି କୃଷକ ଓ ମହିଳା ସଶକ୍ତିକରଣ ଓ ସମସ୍ତ ବର୍ଗର ଜନସାଧାରଣଙ୍କ ନିମନ୍ତେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଥିବା ଦର୍ଶାଇବା ସହ ଏହି ସରକାର ସାଧାରଣ ଲୋକଙ୍କ ସରକାର ବୋଲି ପ୍ରକାଶ କରିଥିଲେ । ସେହିପରି ଜନସାଧାରଣଙ୍କ ଦକ୍ଷତାର ସଦ୍ ଉପଯୋଗ କରିବା ସହ ପ୍ରତ୍ୟେକଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ କରିବା ସରକାରଙ୍କ ମୁଖ୍ୟ ଲକ୍ଷ୍ୟ ବୋଲି ପ୍ରକାଶ କରିଥିଲେ । ଜିଲ୍ଲାପାଳଙ୍କ ସ୍ୱାଗତ ଅଭିଭାଷଣରେ ସମସ୍ତ ଜନସାଧାରଣଙ୍କୁ କହିଥିଲେ କଠିନ ପରିଶ୍ରମକଲେ ଜିଲ୍ଲା, ରାଜ୍ୟ ଓ ଦେଶ ବିକଶିତ ହୋଇପାରିବ ।ଏହି ଅବସରରେ ସୁଭଦ୍ରା ଯୋଜନାର ପାଞ୍ଚ ଜଣ ହିତାଧିକାରୀଙ୍କୁ ୫,୦୦୦/- ଲେଖାଏଁ ଚେକ୍ ପ୍ରଦାନ କରାଯାଇଥିବା ବେଲେ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ତରଫରୁ ୬ ଜଣଙ୍କୁ ୫୦,୦୦୦/- ଲେଖାଏଁ, ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ତରଫରୁ ଦୁଇଗୋଟି ଦମ୍ପତୀଙ୍କୁ ଭିନ୍ନକ୍ଷମଙ୍କ ନିମନ୍ତେ ବିବାହ ପ୍ରୋତ୍ସାହନ ରାଶି ପ୍ରତେକ୍ୟଙ୍କୁ ୨ ଲକ୍ଷ ୫୦ ହଜାର ଲେଖାଏଁ ମାନ୍ୟବର ମନ୍ତ୍ରୀ ପ୍ରଦାନ କରିଥିଲେ ।ଏହି ମେଳାରେ ମୋଟ ୩୦ଟି ଷ୍ଟୋଲ ସ୍ଥାନ ପାଇଥିବା ବେଳେ ଏଗୁଡିକରେ ହସ୍ତଶିଳ୍ପ କାରିଗର, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀ ଓ ମହିଳା ସଂୟ ସହାୟକ ଗୋଷ୍ଠୀମାନଙ୍କ ଦ୍ୱାରା ଉତ୍ପାଦିତ ବିଭିନ୍ନ ସାମଗ୍ରୀର ପ୍ରଦର୍ଶନୀ ସହ ବିକ୍ରୟ ଶୁଭାରମ୍ଭ ହୋଇଛି । ସେହିପରି ଓରମାସ୍, ପଞ୍ଚାୟତରାଜ ବିଭାଗ, ମିଶନ ଶକ୍ତି, ଶିକ୍ଷା ବିଭାଗ, ପର୍ଯ୍ୟଟନ ବିଭାଗ, ସାମାଜିକ ସୁରକ୍ଷା ବିଭାଗ, କୃଷି ବିଭାଗ, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା, ଉଦ୍ୟାନ ବିଭାଗ, ଶ୍ରମ ବିଭାଗ, ଜିଲ୍ଲା ଶିଳ୍ପକେନ୍ଦ୍ର, ମତ୍ସ୍ୟ ଓ ପଶୁପାଳନ ବିଭାଗ ପକ୍ଷରୁ ପ୍ରଦର୍ଶନୀ ତଥା ସଚେତନତା ଷ୍ଟୋଲ ଖୋଲାଯାଇଛି।ଶେଷରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଡ. ଗୁଣନିଧି ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହାପରେ ଜିଲ୍ଲାର ସ୍ଥାନୀୟ କଳାକାରମାନଙ୍କୁ ନେଇ ରଙ୍ଗାରଙ୍ଗ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଶ୍ରୀ ପୃଥ୍ୱୀରାଜ ମଣ୍ଡଳ, ଅତିରିକ୍ତ ନିର୍ବାହୀ ଅଧିକାରୀ ଜିଲା ପରିଷଦ, ଶ୍ରୀ ଅନୁପ ପଣ୍ଡା ଉପ ଜିଲ୍ଲାପାଳ- ପାରଳାଖେମୁଣ୍ଡି, ଶ୍ରୀ ଦିଲ୍ଲୀପ କୁମାର ବେହେରା ପ୍ରକଳ୍ପ ପ୍ରଶାସକ, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପାରଳାଖେମୁଣ୍ଡି, ଶ୍ରୀମତୀ ମୋନରମା ଦେବି, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଓ ସଂପୃକ୍ତ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ ।