ବୁଢ଼ାରଜା ହାଇସ୍କୁଲ ରେ ଛାତ୍ରଛାତ୍ରୀ ଙ୍କୁ ପୋଷାକ ବଣ୍ଟନ କଲେ ବିଧାୟକ।

କୋକସରା:୦୧/୧୧ କୋକସରା ବ୍ଲକ ଆମପାଣି ବୁଢ଼ାରଜା ହାଇସ୍କୁଲରେ ଆଜି ପୋଷାକ ବଣ୍ଟନ ଉତ୍ସଵ ରେ ହାଇସ୍କୁଲ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଭାଗ୍ୟବାନ ବାଗ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ବିଧାୟକ ମୋୖଷଧି ବାଗ ଯୋଗଦେଇ ଛାତ୍ରଛାତ୍ରୀ ଙ୍କ ସହ ସ୍ମାର୍ଟ ସ୍କୁଲ ରେ ପଢ଼ିବାର ଅନୁଭୂତି ସହ ପାଠପଢା ବିଷୟରେ ପଚାରି ବୁଝିବା ସହ ଭଲ ପାଠ ପଢି ଭଲ ମଣିଷ ହେବାକୁ ଉପଦେଶ ଦେଇଥିଲେ। ସୂଚନାଯୋଗ୍ୟ ଯେ ବିଧାୟକ ପୂର୍ବରୁ ଏହି ହାଇସ୍କୁଲରେ ପ୍ରଧାନ ଶିକ୍ଷକ ଭାବେ ଅବସ୍ଥାପିତ ଥିଲେ ଓ ପରେ ବିଧାୟକ ହୋଇଛନ୍ତି। କାର୍ଯ୍ୟକ୍ରମ ରେ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଆମପାଣି ସରପଞ୍ଚ ରୁକ୍ମଣୀ ବାଣୁଆ, ସମିତି ସଭ୍ୟା ନର୍ତ୍ତକୀ ଦଣ୍ଡସେନା, ସମାଜସେବୀ ସୁରେଶ ଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀ ଙ୍କୁ ପୋଷାକ ବଣ୍ଟନ କରିଥିଲେ। ଏହି ଅବସର ରେ ହାଇସ୍କୁଲ ର ଶିକ୍ଷକ ଶିକ୍ଷୟିତ୍ରୀ କର୍ମଚାରୀ ମାନେ ଉପସ୍ଥିତ ଥିଲେ।