Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଟିକିବା ପଞ୍ଚାୟତରେ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର

ଜମନକିରା : ଜମନକିରା ବ୍ଲକ ଟିକିବା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ଗତ ୩ଦିନ ଧରି ଚାଲିଥିବା ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଆଜି ଉଦଯାପିତ ହୋଇଯାଇଛି। ସରପଞ୍ଚ ମମତା ଭେଙ୍ଗ୍ରାଙ୍କ ଆୟୋଜିତ ଏଇ ଶିବିର ଟି ହାଇଦ୍ରାବାଦ ହ୍ୟୁମାନ କେୟାର ଫାଉଣ୍ଡେସନ ପକ୍ଷରୁ ଆଧୁନିକ ପଦ୍ଧତିରେ ପରୀକ୍ଷା କରାଯାଇଛି। ଏଥିରେ ସର୍ବ ମୋଟ ୩ଶହ ରୁ ଅଧିକ ରୋଗୀଙ୍କର ପରୀକ୍ଷା କରାଯାଇ ମାଗଣାରେ ଔଷଧ ପ୍ରଦାନ କରାଯାଇଥିଲା। ଶରୀରର ପ୍ରାୟ ୩୬ ପ୍ରକାର ପରୀକ୍ଷା କରାଯାଉଥିବା ବେଳେ ତାହା ବାହାରେ ପରୀକ୍ଷା କଲେ ପ୍ରାୟ ୮ହଜାର ରୁ ଅଧିକ ଖର୍ଚ୍ଚ ହେବ ବୋଲି ଆୟୋଜକ ମାନେ ପ୍ରକାଶ କରିଛନ୍ତି। ଏଥିରେ ଡାକ୍ତର ପୂର୍ଣ୍ଣ ଚନ୍ଦ୍ର ଦଳାଇ, ଡା.ରାଜେଶ କୋଠାରୀ ରୋଗୀଙ୍କ ପରୀକ୍ଷା ନିରୀକ୍ଷା କରିଥିବା ବେଳେ ସେମାନଙ୍କୁ ରୁପେଶ କୁମାର, ସୁନିଲ ଗିଟେ, ଟି ଭି ରାଜୁ ସହଯୋଗ କରିଥିଲେ। ଅତି ଗରିବ ଶ୍ରେଣୀ ର ରୋଗୀଙ୍କୁ ମାଗଣାରେ କିଛି ଔଷଧ ମଧ୍ୟ ଦିଆ ଯାଉଛି ବୋଲି ସରପଞ୍ଚ ଶ୍ରୀମତୀ ଭେଙ୍ଗ୍ରା ପ୍ରକାଶ କରିଛନ୍ତି। ଆଠ ଦଶ ହଜାର ଟଙ୍କା ଖର୍ଚ୍ଚରେ ଯେଉଁ ପରୀକ୍ଷା ମାନ ହୋଇଥାଏ ତାହା ହ୍ୟୁମାନ କେୟାର ଫାଉଣ୍ଡେସନ ତରଫରୁ ସମ୍ପୂର୍ଣ୍ଣ ମାଗଣା ରେ ହେଉଥିବାରୁ ଶହ ଶହ ରୋଗୀ ଖୁସି ପ୍ରକଟ କରୁଥିବା ଡ଼ାକ୍ତର ଦଳେଇ ପ୍ରକାଶ କରିଛନ୍ତି। ନାଏବ ସରପଞ୍ଚ ସଜିତ୍ ମୁଣ୍ଡା ଶିବିର କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ। ଆସନ୍ତା କାଲି ଠାରୁ ଏହା ଜମନକିରା ବ୍ଲକ କସଡା ପଞ୍ଚାୟତ କାର୍ଯ୍ୟଳୟରେ ହେବ ବୋଲି ଫାଉଣ୍ଡେସନ ପକ୍ଷରୁ ସୂଚନା ଦିଆଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ