Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନୂତନ ତହସିଲଦାରଙ୍କ ସହ ଓଡ଼ିଶା ସାମ୍ବାଦିକ ସଂଘ ପକ୍ଷରୁ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା

ଜମନକିରା : ଜମନକିରା ତହସିଲ ନୂତନ ଭାବେ ଯୋଗଦାନ କରିଥିବା ତହସିଲଦାର ହରେକୃଷ୍ଣ ବରିହାଙ୍କୁ ଓଡ଼ିଶା ସାମ୍ବାଦିକ ସଂଘ (ଓ ଜେ ୟୁ), ଜମନକିରା ବ୍ଲକ ସଂଘ ପକ୍ଷରୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଆଲୋଚନା ମାଧ୍ୟମରେ ଆଲୋଚନା କରାଯାଇଥିବା ମୁଖ୍ୟ ପ୍ରସଙ୍ଗ ମଧ୍ୟରୁ ମୁଖ୍ୟତଃ ବେଆଇନ ଭାବେ ସରକାରୀ ଜମି ଅକ୍ତିଆର କରି ଗୃହ ନିର୍ମାଣ କରାଯାଇଥିବା ଜାଗା ଘର ଗୁଡ଼ିକୁ ଉଚ୍ଛେଦ କରିବା, ବେଆଇନ ଭାବେ ମାଟିରେ ଇଟା ନିର୍ମାଣ କରି ବ୍ୟବସାୟ କରୁଥିବା, ବେଆଇନ ଭାବେ ବାଲି, ମୋରମ, ମାଟି ଆଦି ସାମଗ୍ରୀକୁ ଉଠାଣ କରି ବ୍ୟବସାୟ କରୁଥିବା ମାଫିଆଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ପଥର ଶୈରାତ ରୁ ବେଆଇନ ଭାବେ ଲିଜ ନନେଇ ପଥର ଭାଙ୍ଗି(ମେଟାଲ) କାରବାର କରୁଥିବା ମାଫିଆଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଆଦି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଏହି ପରିପ୍ରେକ୍ଷୀରେ ଓଡ଼ିଶା ସାମ୍ବାଦିକ ସଂଘ, ସମ୍ବଲପୁର ଶାଖାର କାର୍ଯ୍ୟକାରୀ ସଭାପତି ରବୀନ୍ଦ୍ର ପ୍ରସାଦ ଦାନୀଙ୍କ ନେତୃତ୍ୱରେ ସମ୍ପାଦକ ସତ୍ୟପ୍ରିୟ ମହାପାତ୍ର, କୋଷାଧ୍ୟକ୍ଷ ଅଶୋକ କୁମାର ପଟେଲ, ଜିତେନ୍ଦ୍ର ମୁଦୁଲି, ଅକ୍ଷୟ କୁମାର ଦେହୁରୀ, ଲିପନ କୁମାର ପଟେଲ, ରବୀନ୍ଦ୍ର ପଟେଲ ଏବଂ ନରେନ୍ଦ୍ର କୁମାର ସାହୁ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଏଥିରେ ବିଡ଼ିଓ ଶ୍ରୀ ବରିହା ଖୁସି ପ୍ରକଟ କରିଥିବା ସହ ସାମ୍ବାଦିକ ମାନଙ୍କ ସହଯୋଗ କାମନା କରିଥିଲେ। ସମସ୍ୟା ଗୁଡ଼ିକର ଶୀଘ୍ର ସମାଧାନ ଦିଗରେ ପଦକ୍ଷେପ ନେବେ ବୋଲି ପ୍ରକାଶ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ