Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୂର ଜମଲ୍ କଲେଜରେ ରାଷ୍ଟ୍ରୀୟ ଏକତା ଦିବସ ପାଳନ।

ସମ୍ବଲପୁର ଜିଲ୍ଲା ରେଙ୍ଗାଲି ସୂରଜ ମଲ୍ ମହାବିଦ୍ୟାଳୟର ଏନ୍.ଏସ୍ .ଏସ୍‌ ଶାଖା ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଡ.ମନୋଜ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ପ୍ରାଧ୍ୟାପକ ଜ୍ଞାନେନ୍ଦ୍ର ନାରାୟଣ ସାହୁ, ଅଧ୍ୟାପକ
ସୁଜିତ କୁମାର ଷଡ଼ଙ୍ଗୀ, ଡ. ଅଭିମନ୍ୟୁବେହେରା , ଅଜିତ କୁମାର ନାୟକ, ଅଧ୍ୟାପିକା ଶିଖା ଶତପଥି ପ୍ରମୁଖ ଉପସ୍ଥିତ ରହି ଏହି ଅବସରରେ ପ୍ରାଦେଶିକ ରାଜ୍ୟ ଗୁଡ଼ିକୁ ଏକତ୍ରିତ କରିବାରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଭୂମିକା
ସଂପର୍କରେ ଚର୍ଚ୍ଚା କରାଯାଇଥିଲା ।କଲେଜର ଜାତୀୟ ସେବା ଯୋଜନାର କାର୍ଯ୍ୟନିର୍ବାହୀ ଅଧିକାରୀ ଅଧ୍ୟାପକ ଅଜୟ କୁମାର ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିବା ସହ ରାଷ୍ଟ୍ରୀୟ ଏକତା ଶପଥ
ପାଠ କରିଥିଲେ । ଏନ୍‌.ଏସ୍‌.ଏସ୍‌ ର ଅନ୍ୟତମ ସହ ସଂଯୋଜିକା ଅଧ୍ୟାପିକା ନଳିନୀ ପ୍ରଧାନ ଏହି କାର୍ଯ୍ୟକ୍ରମରେ ବିଶେଷ ସହଯୋଗ
କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ