Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଉଲୁଣ୍ଡା ଥାନା ନିକଟବର୍ତ୍ତୀ ମାଟିଖାଇ ଗାଁ ମୁଣ୍ଡ ଅଳିଆ ଗଦାରୁ ନବଜାତ ଶିଶୁ ପୁତ୍ର ଉଦ୍ଧାର

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ନିକଟବର୍ତ୍ତୀ ମାଟିଖାଇ ଗାଁ ପାଖ ଏକ ଅଳିଆ ଗଦା ରୁ ମଙ୍ଗଳବାର ନବଜାତ ଶିଶୁ ପୁତ୍ର ଉଦ୍ଧାର ହୋଇଛି I ଗ୍ରାମର ଗୁପ୍ତେଶ୍ଵର ଝାଙ୍କର ନାମକ ଜଣେ ବ୍ୟକ୍ତି ଗ୍ରାମ ନିକଟକୁ ଫୁଲ ତୋଳିବାକୁ ଯାଇଥିବା ବେଳେ ଫୁଲ ତୋଳୁଥିବା ସମୟରେ ଅଳିଆ ଗଦା ଭିତରୁ ଏକ ଶିଶୁର କାନ୍ଦିବା ଶବ୍ଦ ଶୁଣିବାକୁ ପାଇଥିଲେ I ପାଖକୁ ଯାଇ ଦେଖିଲା ପରେ ଶିଶୁ ପୁତ୍ର ବୋଲି ଜାଣି ପାରିଥିଲେ I ତୁରନ୍ତ ସେଠାରୁ ଶିଶୁ କୁ ଉଦ୍ଧାର କରି ଉଲୁଣ୍ଡା ଡାକ୍ତରଖାନାରେ ଭର୍ତି କରିବା ସହିତ ଥାନାରେ ମଧ୍ୟ ଜଣାଇଥିଲେ I ଡାକ୍ତରଖାନା ରେ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରିଥିଲେ I ସେଠାରେ ଉକ୍ତ ଶିଶୁ ପୁତ୍ର କୁ ଏସଏମସି ରେ ରଖାଯାଇ ଚିକିତ୍ସା କରାଯାଇଥିବା ବେଳେ ସେ ସୁସ୍ଥ ରହିଥିବା ଜଣାପଡ଼ିଛି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ