Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋକସରା ବ୍ଲକ ରୁ ପଞ୍ଚାୟତ କୁ ଗଡ଼ିଲା ଲକ୍ଷ୍ମୀ ବସ, ଯାତ୍ରୀ ଉତ୍ସାହିତ।

କୋକସରା:୦୩/୧୧ କଳାହାଣ୍ଡି ଜିଲ୍ଲାରେ ଲକ୍ଷ୍ମୀ ବସ ଚଳାଚଳ ପାଇଁ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭବାନୀପାଟଣା ଠାରେ ଲକ୍ଷ୍ମୀ ବସ ଜନସାଧାରଣ ଙ୍କ ଗମନାଗମନ ପାଇଁ ଲୋକାର୍ପିତ କରିଥିବା ବେଳେ ଗୁରୁବାର ଠାରୁ କୋକସରା ବ୍ଲକ ରୁ ପଞ୍ଚାୟତ କୁ ଗଡ଼ିଛି ଲକ୍ଷ୍ମୀ ବସ, ବହୁ ପ୍ରତିକ୍ଷିତ ଯୋଜନା ର ସଫଳ ରୂପାୟନ ହେବାପରେ ସାଧାରଣ ଯାତ୍ରୀ ଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। କୋକସରା ବ୍ଲକ ପାଇଁ ୫ ଗୋଟି ଲଷ୍ମୀ ବସ ଆସିବାକୁ ଥିବାବେଳେ ପ୍ରଥମ ପର୍ଯ୍ୟାୟରେ ଗୁରୁବାର କୋକସରା ବ୍ଲକ ରୁ ୨ ଗୋଟି ଲକ୍ଷ୍ମୀ ବସ ଚଳାଚଳ ଆରମ୍ଭ କରିଛି। ଗୋଟିଏ ବସ କୋକସରା ରୁ ଗମ୍ଭାରୀଗୁଡା,କାଉଡୋଳା ବଡ଼ ପୋଡ଼ାଗୁଡା, ବରାଡଙ୍ଗା,ଆମପାଣି ପଞ୍ଚାୟତ ଓ ଅନ୍ୟ ବସ ଟି ରେଙ୍ଗାଳପାଲି, କାଶିବାହଲ, କନ୍ଦାବଟୁରା,ଫୁଫଗା, ଲଡୁଗାଁ ପଞ୍ଚାୟତ କୁ ଗଡ଼ିଛି। ନିଜ ଗାଁ ସଡକ ଦେଇ ଲକ୍ଷ୍ମୀ ବସ ଯାଉଥିବା ବେଳେ ଲୋକଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି। ଲକ୍ଷ୍ମୀ ବସ ଚାଲିବା ଫଳରେ ସହଜ ରେ ଛାତ୍ରଛାତ୍ରୀ, ଚାଷି, କର୍ମଜୀବୀ ମହିଳା ପୁରୁଷ ମାନେ ନିଜ ଗାଁ ରୁ ବ୍ଲକ ସଦର ମହକୁମା କୁ ଆସିବା ପାଇଁ ସୁବିଧା ପାଇଛନ୍ତି।।