Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁପ୍ରିମକୋର୍ଟକୁ ‘ତାରିଖ ପରେ ତାରିଖ’ କୋର୍ଟ ହେବାକୁ ଦେବୁ ନାହିଁ: ସିଜେଆଇ ଚନ୍ଦ୍ରଚୂଡ଼

ନୂଆଦିଲ୍ଲୀ: ପ୍ରଧାନ ବିଚାରପତି ଡିଓ୍ଵାଇ ଚନ୍ଦ୍ରଚୂଡ଼ ସୁପ୍ରିମକୋର୍ଟରେ ମାମଲାର ତାରିଖ ଘୁଞ୍ଚାଯିବା ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ ସ୍ପଷ୍ଟ ଶବ୍ଦରେ କହିଛନ୍ତି ଯେ, ସୁପ୍ରିମକୋର୍ଟକୁ ତାରିଖ ପରେ ତାରିଖ କୋର୍ଟରେ ପରିଣତ ହେବାକୁ ଦେବେ ନାହିଁ। ଏମିତି ଜାରି ରହିଲେ ଏହା ଅଦାଲତର ଫାଇଲିଂ ଓ ଲିଷ୍ଟିଂ ପ୍ରକ୍ରିୟା ଉପରେ ପ୍ରଭାବ ପଡ଼ିବ। ସେ ବାରକୁ ଅପିଲ୍ କରିଛନ୍ତି ଯେ, ଅତି ଜରୁରୀ ପଡ଼ିଲେ କୌଣସି ମାମଲାକୁ ସ୍ଥଗିତ ରଖାଯାଇ ପାରିବ, ନଚେତ୍ ଏହାର ତ୍ଵରିତ ଶୁଣାଣି ହେବା ଦରକାର।

ଶୁକ୍ରବାର ସିଜେଆଇ ଏମିତି ମାମଲା ବିଷୟରେ ତଥ୍ୟ ରଖିଛନ୍ତି, ଯାହାକୁ ସ୍ଥଗିତ ରଖିବାକୁ ଦାବି କରାଯାଉଛି। ସେ କହିଛନ୍ତି ଗତ ଦୁଇ ମାସରେ ୩ ହଜାର ୬୮୮ ମାମଲାରେ ସ୍ଥଗିତାଦେଶ ଦାବି କରାଯାଇଛି। କିନ୍ତୁ ସେଥିରୁ ଅଧିକାଂଶ ମାମଲାର ତତ୍କାଳ ଶୁଣାଣି କରାଯିବାର ଆବଶ୍ୟକତା ଥିଲା। ଆମେ ଏହାକୁ ତାରିଖ ପରେ ତାରିଖ ପରି କୋର୍ଟ ହେବାକୁ ଦେବୁ ନାହିଁ। ଏତେ ସବୁ ମାମଲା ଯଦି ସ୍ଥଗିତ ରଖାଯିବା ତେବେ ଏହା ଅଦାଲତର ଛବିକୁ ମଳିନ କରିପାରେ।

ସିଜେଆଇ ଚନ୍ଦ୍ରଚୂଡ଼ କହିଛନ୍ତି, ମୁଁ ଅଦାଲତରେ ମାମଲା ଦାଖଲ ହେବା ଓ ପ୍ରଥମ ଶୁଣାଣି ହେବା ପର୍ଯ୍ୟନ୍ତ ପ୍ରକ୍ରିୟାର ନିରୀକ୍ଷଣ କରୁଛି, ଯଦ୍ଵାରା ଏହା ସୁନିଶ୍ଚିତ ହୋଇ ପାରିବ ଯେ ମାମଲାର ଶୁଣାଣି କମ ସମୟରେ ହୋଇଯିବ। ଯଦି ଆମେ ଏହାର ତୁଳନା ମୋ ପାଖରେ ଥିବା ତଥ୍ୟ ସହ କରାଯିବ ତେବେ ଆଜି କେବଳ ୧୭୮ ମାମଲା ସ୍ଥଗିତ ରଖିବାକୁ ଦାବି କରାଯାଇଛି। ଏହି ହିସାବରେ ଦିନକୁ ହାରାହାରି ୧୫୪ ମାମଲା ସ୍ଥଗିତ ରଖାଯାଉଛି। ଗତ ଦୁଇ ମାସରେ ମୋଟ୍ ୩୬୮୮ ମାମଲା ଶୁଣାଣି ପ୍ରକ୍ରିୟାରେ ରହିଛି ବୋଲି ପ୍ରଧାନ ବିଚାରପତି ଡିଓ୍ଵାଇ ଚନ୍ଦ୍ରଚୂଡ଼ କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ