Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଜଧାନୀରେ ରେଞ୍ଜରୋଭର ଦୁର୍ଘଟଣା; ଚିକିତ୍ସାଧୀନ ଅବସ୍ଥାରେ  ଯୁବତୀଙ୍କ ମୃତ୍ୟୁ

କଟକ: ଭୁବନେଶ୍ୱରରେ ରେଞ୍ଜରୋଭର ଦୁର୍ଘଟଣାରେ ଗୁରୁତର ଯୁବତୀଙ୍କ ମୃତ୍ୟୁ ଘଟିଛି। କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ନାଁ ଲୋପାମୁଦ୍ରା ସାହୁ। ଗତ ୩୧ ତାରିଖରେ ରାଜଧାନୀର ପାୱାର ହାଉସ ଛକରେ ଦୁର୍ଘଟଣାରେ ଗୁରୁତର ହୋଇଥିଲେ। ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା। ପରେ ସେ  କଟକର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ବ୍ରେନଡେଡ ଘୋଷଣା କରିଥିଲେ ଡାକ୍ତର।

ଆଇସିୟୁରେ ରଖି ଯୁବତୀଙ୍କୁ ଚିକିତ୍ସା କରାଯାଉଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ଲୋପାମୁଦ୍ରା ସାହୁଙ୍କ ମୃତ୍ୟୁ ହୋଇଥିବା ନେଇ ଚିକିତ୍ସା କରୁଥିବା ଡାକ୍ତର ଘୋଷଣା କରିଛନ୍ତି । ସୂଚନାଯୋଗ୍ୟ, ଗତ ୩୧ ତାରିଖରେ ଭୁବନେଶ୍ୱରର ପାୱାର ହାଉସ ଛକରେ ଏକ ରେଞ୍ଜରୋଭର ବାଇକକୁ ଧକ୍କା ଦେଇଥିଲା। ବାଇକରେ ଯାଉଥିବା ୨ ଜଣ ଗୁରୁତର ହୋଇଥିଲେ। ଦୁର୍ଘଟଣାରେ ଗୁରୁତର ହୋଇଥିଲେ ଲୋପାମୁଦ୍ରା ସାହୁ ଓ ଜଣେ ଅବସରପ୍ରାପ୍ତ ସିଆରପିଏଫ ଯବାନ କାହ୍ନୁଚରଣ ନାୟକ। କାହ୍ନୁଚରଣ ଏବେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କ ଅବସ୍ଥା ବି ସଙ୍କଟାପନ୍ନ ରହିଥିବା କୁହାଯାଉଛି।

ତେବେ ଦାମୀ ରେଞ୍ଜରୋଭର ଗାଡ଼ିକୁ ନେଇ ମଧ୍ୟ ପ୍ରଶ୍ନବାଚୀ ଉଠିଥିଲା। ଗାଡ଼ିଟି କାହାର ଏବଂ ସେଥିରେ କିଏ ଥିଲେ, ତାକୁ ମଧ୍ୟ ପ୍ରଶ୍ନ ଉଠିଥିଲା। ଗାଡ଼ିଟି ଏକ ଘରୋଇ କମ୍ପାନୀ ନାଁରେ ରେଜିଷ୍ଟ୍ରୀ ହୋଇଥିଲା। ସଂପୃକ୍ତ ଘରୋଇ କମ୍ପାନୀର ନିର୍ଦ୍ଦେଶକ ଥିଲେ ବିଶ୍ଵାଳ ଦାସ। ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଉକ୍ତ କମ୍ପାନୀର ନିର୍ଦ୍ଦେଶକ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ