ସମ୍ବଲପୁର: ଇତି ମଧ୍ୟରେ ପ୍ରକାଶ ପାଇଛି ‘ଭାରତ ସ୍ୱାଧିନତା ସଂଗ୍ରାମରେ ଓଡିଶାର ଜ୍ଞାତ ଅଜ୍ଞାତ ମୁକ୍ତି ଯୋଦ୍ଧା’ ନାମରେ ଏକ ସଂକଳନ।ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ଓଡିଶା ସ୍ୱତ୍ତ୍ୱରେ ଏହାକୁ ପ୍ରକାଶ କରିଛନ୍ତି ଦିବ୍ୟାଲୋକ ଭୁବନେଶ୍ବର । ଭାତର ସ୍ୱାଧିନତାର ବହୁ ଐତିହାସିକ ଓ ଜଣା ଅଜଣା ମୁକ୍ତି ଯୋଦ୍ଧାଙ୍କ ବିଷୟରେ ଉଲ୍ଲେଖ ହୋଇଥିବା ସଂକଳନ ଖୁବ ଉଚ୍ଚକୋଟିର ଓ ତଥ୍ୟ ସମ୍ବଳିତ ।ଏହାକୁ ଅଧ୍ୟାପକ ସୌମେନ୍ଦ୍ର କୁମାର ସ୍ୱାଇଁ,ଅଧ୍ୟାପକ ଦିଲ୍ଲିପ୍ କୁମାର ଦାଶ,ଡକ୍ତର ଅକ୍ଷୟ କୁମାର ରଥ ଓ ବୁଦ୍ଧଦେବ ବାଘ ରଚନା କରିଛନ୍ତି ।ମାତ୍ର ୨ ଶହ ଟଙ୍କା ବହିର ମୂଲ୍ୟ ରହିଛି । ଏହା ଖୁବ ଉପାଦେୟ ସଂକଳନଟିଏ । ଭାରତ ସ୍ୱାଧିନତାରେ ଓଡିଶା ଯୋଦ୍ଧାଙ୍କ ଏକ ସମୃଦ୍ଧ ଓ ସାରଗର୍ଭକ ସଂକଳନ ।
ଭାରତ ସ୍ୱାଧିନତାର ଜଣା ଅଜଣା ଇତିହାସ
