Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋରାପୁଟବାସୀଙ୍କ ପାଇଁ ଖୁସିର ଖବର, ନଭେମ୍ବର ୬ରୁ ଭୁବନେଶ୍ୱର-ଜୟପୁର ମଧ୍ୟରେ ଆରମ୍ଭ ହେବ ଦ୍ଵିତୀୟ ବିମାନ ସେବା

ଭୁବନେଶ୍ୱର: କୋରାପୁଟବାସୀଙ୍କ ପାଇଁ ଖୁସିର ଖବର। ନଭେମ୍ବର ୬ ତାରିଖରୁ ଭୁବନେଶ୍ୱର-ଜୟପୁର ମଧ୍ୟରେ ଆରମ୍ଭ ହେବ ଦ୍ଵିତୀୟ ବିମାନ ସେବା। ଏନେଇ ଶନିବାର ଟ୍ଵିଟ୍ କରି ସୂଚନା ଦେଇଛି ବିମାନ ସେବା ଯୋଗାଉଥିବା ସଂସ୍ଥା ଇଣ୍ଡିଆ ଓ୍ଵାନ୍ ଏୟାର। ରାଜ୍ୟ ସରକାରଙ୍କ ଆର୍ଥିକ ସହାୟତାରେ ଏହି ବିମାନ ଚାଲିବ।

ଭୁବନେଶ୍ୱର ବିମାନ ବନ୍ଦରର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ କହିଛନ୍ତି, ସପ୍ତାହକୁ ସୋମବାର ଓ ଶୁକ୍ରବାର ଏହି ଦୁଇ ଦିନ ଉଡ଼ିବ ବିମାନ। ପ୍ରାରମ୍ଭିକ ଅଫରରେ ମାତ୍ର ୨୯୯୯ ଟଙ୍କାରେ ଯାତ୍ରା କରି ପାରିବେ ଯାତ୍ରୀ। ଏହି ବିମାନ ଭୁବନେଶ୍ଵରରୁ ସକାଳ ୭ଟା ୧୦ ମିନିଟରେ ବାହାରି ଜୟପୁରରେ ୮ ଟା ୪୫ ମିନିଟରେ ପହଞ୍ଚିବ। ସେହିପରି ଜୟପୁରରୁ ସକାଳ ୯ଟାରେ ବାହାରି ଭୁବନେଶ୍ଵରରେ ୧୦ଟା ୩୫ ମିନିଟରେ ପହଞ୍ଚିବ ବୋଲି ଇଣ୍ଡିଆ ୱାନ୍‌ ଏୟାର ପକ୍ଷରୁ ସୂଚନା ଦିଆଯାଇଛି।  

ଏହି ବିମାନ ସେବା ଯୋଗାଇବାରେ ଆର୍ଥିକ ଭାବରେ ରାଜ୍ୟ ସରକାର ସହଯୋଗ କରିବେ। ଗତବର୍ଷ ଅକ୍ଟୋବର ୩୧ ତାରିଖରେ ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଥିଲେ। ଉଲ୍ଲେଖନୀୟ ପୂର୍ବରୁ ପ୍ରଥମ ବିମାନ ୬ଦିନ ବିମାନ ସେବା ଯୋଗାଉଥିବା ବେଳେ ପରବର୍ତ୍ତୀ ସମୟରେ ଏହି ଏହା ୩ ଦିନ ସେବା ଯୋଗାଉଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ