Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆରୋଗ୍ୟ ଭାରତୀ, ଅଖିଲ ଭାରତୀୟ ପ୍ରତିନିଧି ମଣ୍ଡଳ ବୈଠକ

ଚଣ୍ଡିଗଡ:ଆରୋଗ୍ୟ ଭାରତୀ ର ଅଖିଳ ଭାରତୀୟ ପ୍ରତିନିଧି ମଣ୍ଡଳ ବୈଠକ ପଞ୍ଜାବର ମୋହାଲି ନିକଟସ୍ଥ ପହୁଆ ଠାରେ ଥିବା ଚଣ୍ଡିଗଡ ବିଶ୍ୱବିଦ୍ୟାଳୟ ଅଡିଟିରୋୟମ ହଲରେ ଆଜି ଆରମ୍ଭ ହୋଇଯାଇଛି। ୨ ଦିନ ଧରି ହେବାକୁ ଥିବା ଏହାକୁ ମାନ୍ୟବର ପଞ୍ଜାବ ରାଜ୍ୟପାଳ ବନହରି ଲାଲ୍ ପୁରୋହିତ ଭାରତମାତା ଓ ପ୍ରଭୁ ଧନ୍ୱନ୍ତରୀଙ୍କ ତୈଳଚିତ୍ରରେ ପ୍ରଦୀପ ପ୍ରଜ୍ଜଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ସ୍ୱସ୍ଥ ବ୍ୟକ୍ତି,ସ୍ୱସ୍ଥ ପରିବାର,ସ୍ୱସ୍ଥ ଗ୍ରାମ ଓ ସ୍ୱସ୍ଥ ରାଷ୍ଟ୍ର ନିର୍ମାଣ ପାଇଁ ବ୍ୟସନ ମୁକ୍ତି,ଆଧ୍ୟାତ୍ମିକ ସ୍ୱାସ୍ଥ୍ୟ, ଧନ୍ୱନ୍ତରୀ ସମର୍ପଣ ନିଧି,ଆରୋଗ୍ୟ ସମ୍ପଦା,ସେବା ଦିଶା,ମୁକ୍ତ ଚିନ୍ତନ ପ୍ରଭୃତି ବିଷୟରେ ବିଭିନ୍ନ ବିଶେଷଜ୍ଞ ମାନେ ଆଲୋଚନା କରିଥିଲେ। ଆୟୋଜିତ ସଭାରେ ରାକେଶ ପଣ୍ଡିତ,ରାଜଯୋଗିନି ରମାଦେବୀ,ଆୟୁଷ ବିଭାଗର କେନ୍ଦ୍ରିୟ ସଚିବ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଚଣ୍ଡିଗଡ ବିଶ୍ୱବିଦ୍ୟାଳୟର ଭାଇସ ଚାନ୍ସସେଲର ସନ୍ତୁନାମଜୀ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ଶେଷରେ ଟିଏନ ସଞ୍ଜୁନାଥ ଧନ୍ୟବାଦ ଅପର୍ଣ କରିଥିଲେ। ଏହି ବୈଠକରେ ସମ୍ବଲପୁରରୁ ଡା.ରାଜାରାମ ଷଡଙ୍ଗୀ,ବୈଦ୍ୟ ଡା.କାର୍ତ୍ତିକ ପ୍ରଧାନ,ଅର୍ଚନା ସାହାନି,ଝାରସୁଗୁଡାର ରେଣୁ ତିୱାରୀ ପ୍ରମୁଖ ଯୋଗଦାନ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ