Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କେନାଲ ରେ ଭାଷି ବୃଦ୍ଧ ନିଖୋଜ ଘଟଣା ୨୪ ଘଣ୍ଟା ପରେ ଶବ ଠାବ।

କୋକସରା:୦୬/୧୧ ଇନ୍ଦ୍ରାବତୀ ମେଗାଲିଫ୍ଟ କେନାଲ ରେ ଭାଷି ଜଣେ ବୃଦ୍ଧ ନିଖୋଜ ହୋଇଥିବା ବେଳେ ଦିର୍ଘ ୨୪ ଘଣ୍ଟା ପରେ କେନାଲ ରୁ ଶବ ଠାବ ହୋଇଛି।ସୂଚନା ମତେ ଜୟପାଟଣା ବ୍ଲକ ଉଛୁଳା ପଞ୍ଚାୟତ ଖଇରଭାଡ଼ି ଗ୍ରାମର ଭିକାରୀ ରାଉତ (୫୦) ରବିବାର ଦିନ ରେ ନିଜ ଚାଷଜମି ନିକଟରେ ଗାଈଗୋରୁ ଚରେଇ ଆସିଥିବା ସମୟରେ କେନାଲ କୁ ଗାଧେଇବା କୁ ଯାଇଥିବା ବେଳେ କେନାଲ ର ସ୍ରୋତ ରେ ଭାଷି ଯାଇଥିଲେ। ଚାଷଜମି ନିକଟରେ ଥିବା କିଛି ସ୍ଥାନୀୟ ଲୋକେ ଏହା ଦେଖି କୋକସରା ଦମକଳ କର୍ମଚାରୀ ଙ୍କୁ ଖବର ଦେବାପରେ ଦମକଳ କର୍ମଚାରୀ ମାନେ ପହଞ୍ଚି ଉଦ୍ଧାର କାର୍ଯ୍ୟ ସନ୍ଧ୍ୟା ପର୍ଯ୍ୟନ୍ତ ଜାରି ରଖିଥିଲେ, ତେବେ ରାତି ହେବା କାରଣ ରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିବା ବେଳେ ଆଜି ସକାଳୁ କେନାଲ ର କିଛି ଦୂର ରେ ଶବ ଠାବ ହୋଇଛି।