Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କମିଲା ପାରଦ, ଆଉ ଦିନକ ପରେ ଶୀତ !

ଭୁବନେଶ୍ଵର: ପ୍ରଶାନ୍ତ ମହାସାଗରରେ ଏଲନିନୋ ପ୍ରଭାବରେ ଚଳିତ ବର୍ଷ ସ୍ଵାଭାବିକଠୁ କମ ଶୀତ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଥିଲା। ତେବେ ପାରଦ ତଳମୁହାଁ ହୋଇଛି। ଆଉ ଦିନକ ପରେ ଶୀତ ସମ୍ଭାବନା ରହିଛି। ତେବେ ୨୪ ଘଣ୍ଟାରେ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନି। ପରବର୍ତ୍ତୀ ସମୟରେ ପାରଦ ୩ରୁ ୪ ଡିଗ୍ରୀ ଖସିବାର ସମ୍ଭାବନା ରହିଛି। ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ଅକ୍ଟୋବର ଶେଷ ଆଡ଼କୁ ରାଜ୍ୟରେ ଟିକେ ଶୀତ ଅନୁଭୂତ ହୋଇଥିଲା। ତେବେ ଏଲନିନୋ ପ୍ରଭାବରେ ଯେତିକି ଶୀତ ଅନୁଭୂତ ହେବାର କଥା ତାହା ହୋଇନି। ତେଣୁ ଚଳିତ ବର୍ଷ ଅଧିକ ଶୀତ ହେବନି। ଶୀତ ଦିନରେ ଗରମ ଅନୁଭୂତ ହେବ ବୋଲି ଏଭଳି କିଛି ପୂର୍ବାନୁମାନ କରିଛନ୍ତି ବରିଷ୍ଠ ପାଣିପାଗ ବିଜ୍ଞାନୀ ଶରତ ଚନ୍ଦ୍ର ସାହୁ । ପ୍ରଶାନ୍ତ ମହାସାଗରରେ ସୃଷ୍ଟି ହେଉଥିବା ଏଲନିନୋ ପ୍ରଭାବ ବର୍ଷା ଦିନ ଭଳି ଶୀତ ଦିନେ ମଧ୍ୟ ଓଡ଼ିଶା ସହ ସମଗ୍ର ଦେଶର ପାଣିପାଗକୁ ପ୍ରଭାବିତ କରିବ। ବର୍ଷା ଦିନେ ଏହାରି ପ୍ରଭାବରେ ଅସ୍ଵାଭାବିକ ସ୍ଥିତି ସୃଷ୍ଟି ହୋଇଥିଲା। କେତେକ ସ୍ଥାନରେ ମରୁଡ଼ି ସୃଷ୍ଟି ହୋଇଥିବା ବେଳେ ଆଉ କେତକ ସ୍ଥାନରେ ବନ୍ୟା ହୋଇଥିଲା। ଏବେ ଶୀତ ଦିନେ ମଧ୍ୟ ସେହିଭଳି ଅସ୍ଵାଭାବିକ ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ପ୍ରକାଶ।