ମହିଳା ଙ୍କୁ ସ୍ୱାବଲମୀ କରିବା ମିଶନ ଶକ୍ତି କାଫେ, କୋକସରା ବ୍ଲକ ପରିସରରେ ଉଦଘାଟିତ।

କୋକସରା:୦୬/୧୧ ମହିଳା ଙ୍କୁ ଆତ୍ମନିର୍ଭରଶୀଳ ଓ ରୋଜଗାରକ୍ଷମ କରିବା ପାଇଁ ରାଜ୍ୟ ସରକାର ମିଶନ ଶକ୍ତି ଜରିଆରେ ଅନେକ ଯୋଜନା ର ସଫଳ ରୂପାୟନ କରିବା ସହ ବ୍ଲକ ଓ ପଞ୍ଚାୟତ ସ୍ତରରେ ମହିଳା ଙ୍କୁ ଏହି ଯୋଜନା ରେ ନିୟୋଜିତ କରି ସେମାନଙ୍କ ଜୀଵନ ରେ ଆତ୍ମନିର୍ଭରଶୀଳ ହେବାର ଏକ ନୂତନ ଏକ ରାହା ଦେଇଛନ୍ତି। ଏହି କ୍ରମରେ ଆଜି କୋକସରା ବ୍ଲକ ପରିସରରେ ମିଶନ ଶକ୍ତି କାଫେ ର ଶୁଭ ଉଦଘାଟନ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ବିଧାୟକ ମୋୖଷଧି ବାଗ ଯୋଗଦେଇ ରାଜ୍ୟ ସରକାର ମହିଳା ଙ୍କୁ ପ୍ରତିଟି କ୍ଷେତ୍ରରେ ସ୍ୱାବଲମ୍ବୀ କରିବା ପାଇଁ ମିଶନ ଶକ୍ତି ରେ ଅନେକ ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି, ତାହା ମା ମାନଙ୍କୁ ଙ୍କୁ ଆଜି ସମାଜ ରେ ବଞ୍ଚିବାର ବାଟ ଦେଖାଇଛି ବୋଳି କହିଥିଲେ।ସମ୍ମାନିତ ଅତିଥି ଭାବେ କୋକସରା ବ୍ଲକ ଅଧ୍ୟକ୍ଷା ରିତା ଅଗ୍ରୱାଲ, ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ଓ ବିଡ଼ିଓ ସ୍ନେହାପ୍ରଭା ମାଝୀ,ସହକାରୀ ଯନ୍ତ୍ରୀ ସର୍ବେଶ୍ୱର ପ୍ରଧାନ ଉପସ୍ଥିତ ରହି କାଫେ କୁ ଉଦଘାଟନ କରିଥିଲେ। ଏହି କାଫେ ଉଦଘାଟନ ହେବାପରେ ବିଭିନ୍ନ କାର୍ଯ୍ୟ ନେଇ ବ୍ଲକ ଓ ଅନ୍ୟ କାର୍ଯ୍ୟାଳୟ କୁ ଆସୁଥିବା ଜନସାଧାରଣ ମାନେ ଅତି କମ ମୂଲ୍ୟ ରେ ଜଳଖିଆ ଓ ଭୋଜନ କରି ପାରିବେ ବୋଳି ମିଶନ ଶକ୍ତି ଅଧୀନରେ କାର୍ଯ୍ୟ କରୁଥିବା ମହିଳା କର୍ମଚାରୀ ମାନେ କହିଛନ୍ତି। ଉଦଘାଟନ ଅବସର ରେ ମିଶନ ଶକ୍ତି ର ବ୍ଲକ ସଂଯୋଜକ ସୁରେଶ ରାଉତ, ଶିଶୁ ବିକାଶ ପ୍ରକଳ୍ପ କର୍ମଚାରୀ ସଞ୍ଜୀବ ମହାନ୍ତି ସମେତ ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା ଓ ବ୍ଲକ ର ବିଭିନ୍ନ ପଞ୍ଚାୟତ ର ଜନ ପ୍ରତିନିଧି ମାନେ ଉପସ୍ଥିତ ଥିଲେ।