Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ସିକେରକୁପା-ଜାମପଦର ମଗରଦାନୀ ପୋଲରେ ନିମ୍ନମାନର କାମ ଅଭିଯୋଗ : କାମ ନସରୁଣୁ ଭୁଷୁଡ଼ିଲା ଗାର୍ଡୱାଲ

କଳାହାଣ୍ଡି,୦୬/୧୧-କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ସିକେରକୁପାଠାରୁ ନର୍ଲା ବ୍ଲକ ଜାମପଦରକୁ ସଂଯୋଗ କରୁଥିବା ପିଡବ୍ଲ୍ୟୁଡି ରାସ୍ତା କମର୍ଦ୍ଧା ନିକଟସ୍ଥ ମଗରଦାନୀ ପୋଲରେ ନିମ୍ନମାନର କାମ ଯୋଗୁଁ କାମ ନସରୁଣୁ ଗାଡ଼ୱାଲ ଭୁଷୁଡି ପଡିଛି। ଠିକାଦାରଙ୍କ ଲାଭଖୋର ମନୋବ୍ରୁତ୍ତି ଓ ଅତ୍ୟନ୍ତ ନିମ୍ନମାନର କାମ ଯୋଗୁଁ କାମ ନସରୁଣୁ ଗାର୍ଡୱାଲ ଭୁଷୁଡ଼ି ପଡ଼ିଥିବା ଅଭିଯୋଗ ହେଉଛି ! ସେହିପରି ବିଭାଗୀୟ ଅଧିକାରୀ ଓ କନିଷ୍ଠ ଯନ୍ତ୍ରୀ ଠିକାଦାରଙ୍କ ନିମ୍ନମାନର କାମକୁ ନିରବ ସମର୍ଥନ ଦେଉଥିବାରୁ ସାଧାରଣରେ ବେଶ୍ ଅସନ୍ତୋଷ ପ୍ରକାଶ ପାଇଛି ! ଏଣୁ ଏଇ ରାସ୍ତା ଓ ପୋଲ ନିର୍ମାଣର ଭିଜିଲାନ୍ସସ୍ତରୀୟ ତଦନ୍ତ ପାଇଁ ସାଧାରଣରେ ଦାବି ହେଉଛି !