Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଜମନକିରା ହିୟୁମନ୍ ଫାଉଣ୍ଡେସନ ପକ୍ଷରୁ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର

ଜମନକିରା : ଜମନକିରା ବ୍ଲକ ସଦର ମହକୁମାରେ ଆଜି ପ୍ରଥମ ଦିନରେ ହିୟୁମନ୍ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିରରେ ଶହେ ରୁ ଅଧିକ ସଂଖ୍ୟକ ରୋଗୀଙ୍କ ମାଗଣାରେ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି। ହାଇଦ୍ରାବାଦ ସ୍ଥିତ ହ୍ୟୁମାନ କେୟାର ଫାଉଣ୍ଡେସନ ପକ୍ଷରୁ ଆଧୁନିକ ପଦ୍ଧତିରେ ଏହି ପରୀକ୍ଷା କରାଯାଉଛି। ଶରୀରର ପ୍ରାୟ ୩୬ ପ୍ରକାର ପରୀକ୍ଷା କରାଯାଉଥିବା ବେଳେ ତାହା ବାହାରେ ପରୀକ୍ଷା କଲେ ପ୍ରାୟ ୮ହଜାର ରୁ ଅଧିକ ଟଙ୍କା ଖର୍ଚ୍ଚ ହେବ ବୋଲି ଆୟୋଜକ ମାନେ ପ୍ରକାଶ କରିଛନ୍ତି। ଏଥିରେ ଡାକ୍ତର ପୂର୍ଣ୍ଣ ଚନ୍ଦ୍ର ଦଳାଇ, ଡା.ରାଜେଶ କୋଠାରୀ ରୋଗୀଙ୍କ ପରୀକ୍ଷା ନିରୀକ୍ଷା କରିଥିବା ବେଳେ ସେମାନଙ୍କୁ ରୁପେଶ କୁମାର, ସୁନିଲ ଗିଟେ, ଟି ଭି ରାଜୁ ସହଯୋଗ କରୁଛନ୍ତି। ଏହି ଶିବିର ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି କୁହାଯାଇଛି।