Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗାଁ କୁ ରାସ୍ତା ନାହିଁ, ଖଟିଆ ରେ ବୋହି ଆଣିବା ବେଳେ ମଝିରାସ୍ତାରେ ଜନ୍ମ ହେଲା ପୁତ୍ର ସନ୍ତାନ।

କୋକସରା:୦୬/୧୧ ଭଗବାନ ଭରଷା ରେ ମାତୃତ୍ୱ, ପ୍ରସୂତି ମହିଳା ଙ୍କୁ ଡାକ୍ତରଖାନା କୁ ଖଟିଆ ରେ ବୋହି ଆଣିବା ବେଳେ ଅଧା ବାଟରେ ଜନ୍ମ ହୋଇଛି ଏକ ଶିଶୁପୁତ୍ର ଏପରି ଏକ ସମ୍ବେଦନଶୀଳ ଘଟଣା ଦେଖିବାକୁ ମିଳିଛି ଜୟପାଟଣା ବ୍ଲକ ଧନସୁଲି ଗ୍ରାମପଞ୍ଚାୟତ ନଳାଚୁଆଁଗାଁ ରେ,ଏହି ଗାଁ ର ଶୁକ୍ରୀ ଯାନୀ (୩୦) ଙ୍କୁ ପ୍ରସବ ଜନିତ ଯନ୍ତ୍ରଣା ହେବାପରେ ଗାଁ କୁ ଆମ୍ବୁଲାନ୍ସ ଯିବା ସୁବିଧା ନ ଥିବା କାରଣରୁ ପରିବାର ଲୋକେ ଦିର୍ଘ ୫ କିମି ରାସ୍ତା ପ୍ରସବ ଯନ୍ତ୍ରଣା ରେ ଛଟପଟ ମହିଳା ଙ୍କୁ ଜୟପାଟଣା ଡାକ୍ତରଖାନା କୁ ଆଣିବା ଅଧା ବାଟରେ ମହିଳା ଙ୍କୁ ଏକ ଶିଶୁପୁତ୍ର ଜନ୍ମ ହୋଇଛ।ଦୀର୍ଘ ୫କିମି ପାହାଡିଆ ରାସ୍ତା ଦେଇ ଖଟିଆରେ ବୁହା ହେଲା ପରେ ଜଣେ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି ଜଣେ ଗର୍ଭବତୀ।ଭାଗ୍ୟକୁ ମା ପୁଅ ସୁରକ୍ଷିତ ଥିବା ବେଳେ ଜନନୀ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ନେଇ ଗାଁ ଲୋକେ ଜନନୀ ସୁରକ୍ଷା ଗାଡି କୁ ଖବର ଦେଇଥିଲେ।କିନ୍ତୁ ଗାଁକୁ ରାସ୍ତା ନଥିବାରୁ ୫କିମି ଦୂର ବାଙ୍ଗଟିସାଦ ଗାଁ ପାଖରେ ଅଟକି ରହିଥିଲା। ତେବେ କୌଣସି ଉପାୟ ନପାଇ ଗାଁ ଲୋକଙ୍କ ସହ ଶୁକ୍ରୀ ଙ୍କ ସ୍ୱାମୀ ସୀତାରାମ ଖଟିଆରେ ବୋହି ଆଣୁଥିଲେ। ହେଲେ ଶୁକ୍ରୀଙ୍କ ଅଧିକ ପ୍ରସବ ପୀଡା ହେବା ପରେ ମଝି ରାସ୍ତାରେ ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା। ଖବର ପାଇ ଧନସୁଲି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ର ନର୍ସିଂ ଅଫିସର ତୁସୁମ କୁମାର, ଏନଏମ ଚନ୍ଦ୍ରକାନ୍ତି ମାଝୀ ଓ ଆଶା କର୍ମୀ ତୁଳସା ନାଏକ ପହଂଚି ମା ପୁଅଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିବା ବେଳେ ମା ପୁଅ ସୁରକ୍ଷିତ ଥିବା ଜଣାପଡ଼ିଛି । ମା ପୁଅକୁ ଜନନୀ ସୁରକ୍ଷା ଗାଡ଼ିରେ ରେ ନେଇ ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ ରେ ଭର୍ତି କରାଯାଇଛି।