Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ଲକ ସ୍ତରୀୟ ସହାୟକ ଉପକରଣ ଏବଂ ଦିବ୍ୟାଙ୍ଗ ଚିହ୍ନଟ ଶିବିର ଅନୁଷ୍ଠିତ

ଜମନକିରା : ଆଜି ଜମନକିରା ଗୋଷ୍ଟୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଗୋଷ୍ଟି ଶିକ୍ଷା ଅଧିକାରୀ ରୁକ୍ମନ ପଧାନଙ୍କ ତତ୍ତ୍ଵାବଧାନରେ ସହାୟକ ଉପକରଣ ବଣ୍ଟନ ଏବଂ ଦିବ୍ୟାଙ୍ଗ ଚିହ୍ନଟ ଶିବିର ଅନୁଷ୍ଠିତ ହୋଇଥିଲା। ଏଇ ଶିବିରରେ ମୋଟ ୧୦୦ ଜଣ ଛାତ୍ରଛାତ୍ରୀ ଓ ଅଭିଭାବକ ଉପସ୍ଥିତ ଥିଲେ। ତନମଧ୍ୟରୁ ୭ଜଣଙ୍କୁ ସିପି ଚେୟାର, ୫ଜଣଙ୍କୁ ହ୍ବିଲ ଚେୟାର, ୭ଜଣଙ୍କୁ ରୋଲେଟର ଏବଂ ୬ଜଣଙ୍କୁ ଏମଏସଆଇ ଇଡି କୀଟ ମୋଟ ୨୫ ଜଣ ଛାତ୍ର ଛାତ୍ରୀଙ୍କୁ ବଣ୍ଟନ କରାଯାଇଥିଲା ଏବଂ ଆଉ ୩୯ ଜଣ ଛାତ୍ରଛାତ୍ରୀଙ୍କୁ ଦିବ୍ୟାଙ୍ଗ ଚିହ୍ନଟ କରାଯାଇଥିଲା। ଯାହାକି ତାଙ୍କୁ ଆଗାମୀ ଦିନରେ ଉପକରଣ ଦିଆଯିବ ବୋଲି ଶ୍ରୀ ପଧାନ ପ୍ରକାଶ କରିଛନ୍ତି। ଏହି ଶିବିରରେ ଅନିଲ କୁମାର, ରାମ କୁମାର ସିଂ ଏବଂ ପଜଲ ମିଶ୍ର ଙ୍କ ଦ୍ଵାରା ଦିବ୍ୟାଙ୍ଗ ଚିହ୍ନଟ କରାଯାଇଥିବା ବେଳେ ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ସୁଶ୍ରୀ ଦେବକୀ ନାୟକ, ଚିତ୍ତରଞ୍ଜନ ବାରିକ, ଆନନ୍ଦ କୁମାର ସାହୁ ଏବଂ ଅଜିତ କୁମାର ତିର୍କୀ ଉପସ୍ଥିତ ରହି କର୍ଯ୍ୟକ୍ରମକୁ ସୂଚାରୁ ରୂପେ ତୁଲାଇ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ