Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସ୍ୱେଚ୍ଛାଗ୍ରାହୀ ସଙ୍ଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ୪ଦଫା ଦାବିପତ୍ର କୋକସରା ବିଡ଼ିଓ ଙ୍କ ଜରିଆ ରେ ପ୍ରଦାନ।

କୋକସରା:୦୭/୧୧ କୋକସରା ବ୍ଲକରେ ସ୍ୱଚ୍ଛ ଭାରତ ମିଶନ ରେ କାର୍ଯ୍ୟ କରି ଆସୁଥିବା ସ୍ୱେଚ୍ଛାଗ୍ରାହୀ ସଙ୍ଘ କର୍ମଚାରୀ ମାନେ ଦୀର୍ଘ ବର୍ଷ ରୁ ଏହି ଯୋଜନା ରେ କାର୍ଯ୍ୟ କରି ପ୍ରତି ପଞ୍ଚାୟତ ରେ ଲୋକଙ୍କୁ ସଚେତନ କରି ସ୍ୱଚ୍ଛ ଭାରତ ମିଶନ କୁ ସଫଳ କରିବାରେ ପ୍ରମୁଖ ଭୂମିକା ନେଇଥିବା ବେଳେ ରାଜ୍ୟ ସରକାରଙ୍କୁ ବିଭିନ୍ନ ସମୟରେ ସେମାନଙ୍କ ଦାବି ନେଇ ପ୍ରଶାସନ କୁ ଅବଗତ କରାଇଛନ୍ତି ହେଲେ ସରକାର ଙ୍କ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରା ଯାଇନାହିଁ। ଫଳରେ ଜିଲ୍ଲା ସଙ୍ଘ ର ନିଷ୍ପତ୍ତି କ୍ରମେ ସୋମବାର କୋକସରା ବ୍ଲକ ବିଡ଼ିଓ ସ୍ନେହାପ୍ରଭା ମାଝୀ କୁ ଭେଟି କର୍ମକର୍ତ୍ତା ମାନେ ୪ ଦଫା ଦାବିପତ୍ର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ପ୍ରଦାନ କରିଛନ୍ତି। ଦାବି ଗୁଡିକ ମଧ୍ୟରେ ସମସ୍ତ ସ୍ୱେଚ୍ଛାଗ୍ରାହୀ ଙ୍କୁ ସରକାରୀ କର୍ମଚାରୀ ମାନ୍ୟତା ପ୍ରଦାନ, ସ୍ୱଚ୍ଛ ଭାରତ ମିଶନ ର ସମସ୍ତ କାର୍ଯ୍ୟକ୍ରମ ରେ ସାମିଲ କରିବା,ସ୍ୱେଚ୍ଛାଗ୍ରାହୀ ଙ୍କୁ ସର୍ବନିମ୍ନ ମଜୁରୀ ପ୍ରଦାନ, ପରିଚୟ ପତ୍ର ପ୍ରଦାନ କରାଯାଉ ବୋଳି ଦାବି କରାଯାଇଛି। ଏନେଇ ସ୍ୱେଚ୍ଛାଗ୍ରାହୀ ସଙ୍ଘ କୋକସରା ବ୍ଲକ।ପକ୍ଷରୁ ସଭାପତି ଖଗେଶ୍ବର ନାଏକ, ଜିଲ୍ଲା ସଭାପତି ତେଜରାଜ ଦୁରିଆ ସମ୍ପାଦକ ଧନବଲ ନାଏକ, ପ୍ରଦୀପ ଭରା ଶଗଡ଼ିଆ,ଗଣାପତି ପୁଝାରି,ବଳରାମ ନାଏକ,ସୁଶାନ୍ତ ବାଗ,ଗୋବର୍ଦ୍ଧନ ଘି,ଦୁର୍ଯୋଧନ ଚଣ୍ଡି,ମଣି ରାମ ଛତ୍ରୀଆ,ଜୟନ୍ତୀ କର,ବୈଦେହୀ ମହାନନ୍ଦ ସମେତ ଅନ୍ୟ ମାନେ ଉପସ୍ଥିତ ଥିଲେ।