Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଶ୍ଵର ୧୦ ସବୁଠୁ ପ୍ରଦୂଷିତ ସହର, ଟପ୍ ୫ରେ ଭାରତର ୩ ସହର

ନୂଆଦିଲ୍ଲୀ: ଭାରତ ସମେତ ଦୁନିଆର ଭିନ୍ନ ଭିନ୍ନ ସହରରେ ବାୟୁ ପ୍ରଦୂଷଣ ଯୋଗୁଁ ନିଃଶ୍ଵାସ ନେବାରେ କଷ୍ଟ ହେଉଛି। ଦିଲ୍ଲୀ ଏନସିଆର ସମେତ ଦେଶର ଅନେକ ସହରରେ ବାୟୁ ଏତେ ବିଷାକ୍ତ ହୋଇ ଯାଇଛି ଯେ, ସ୍ଵାଭାବିକ ଜୀବନ ଯାପନ ମୁସ୍କିଲ ହୋଇ ଗଲାଣି। ଏହି ପେରିପ୍ରେକ୍ଷୀରେ ଦୁନିଆର ୧୦ ସବୁଠୁ ପ୍ରଦୂଷିତ ସହରର ସୂଚୀ ପ୍ରକାଶ ପାଇଛି। ଏହି ତାଲିକାରେ ଦିଲ୍ଲୀ ସବୁଠୁ ଉପରେ ରହିଛି, ଦ୍ଵିତୀୟ ପାକିସ୍ତାନର ଲାହୋର ସହର ରହିଛି। ଟପ୍ ୫ ସବୁଠୁ ପ୍ରଦୂଷିତ ସହରରେ କେବଳ ଭାରତର ତିନୋଟି ସହର ରହିଛି।

ଦୁନିଆର ୧୦ ସବୁଠୁ ଅଧିକ ପ୍ରଦୂଷିତ ସହରର ତାଲିକା ସ୍ଵିସ୍ ଗ୍ରୁପ ଆଇକ୍ୟୁଏୟାର ପକ୍ଷରୁ ଜାରି କରାଯାଇଛି। ଏହି ଗ୍ରୁପ ବାୟୁ ପ୍ରଦୂଷଣ ଆଧାରରେ ବାୟୁର ଗୁଣବତ୍ତା ତାଲିକା ଜାରି କରିଥାଏ। ତାଲିକାରେ ଦେଶର ରାଜଧାନୀ ଦିଲ୍ଲୀ, ମୁମ୍ବାଇ ଓ କୋଲକାତା ରହିଛି। ଏହି ତାଲିକା ପ୍ରସ୍ତୁତ କରିବା ପାଇଁ ନଭେମ୍ବର ୩ ତାରିଖ ସକାଳ ୭ଟା ୩୦ର ତଥ୍ୟର ବ୍ୟବହାର କରାଯାଇଛି। ତେବେ ତିନି ଦିନ ପରେ ବି ଦିଲ୍ଲୀ ସମେତ ପ୍ରମୁଖ ସହରର ବାୟୁ ପ୍ରଦୂଷଣ ଜଟିଳ ସ୍ଥିତିରେ ରହିଛି।

ବିଶ୍ଵର ସବୁଠୁ ପ୍ରଦୂଷିତ ୧୦ ସହର

ଦିଲ୍ଲୀ, ଭାରତ- ଏକ୍ୟୁଆଇ, ୪୮୩
ଲାହୋର, ପାକିସ୍ତାନ- ଏକ୍ୟୁଆଇ, ୩୭୧
କୋଲକାତା, ଭାରତ- ଏକ୍ୟୁଆଇ, ୨୦୬
ଢାକା, ବାଂଲାଦେଶ- ଏକ୍ୟୁଆଇ, ୧୮୯
କରାଚି, ପାକିସ୍ତାନ- ଏକ୍ୟୁଆଇ, ୧୬୨
ମୁମ୍ବାଇ,ଭାରତ- ଏକ୍ୟୁଆଇ, ୧୬୨
ସେନିଆଦ, ଚୀନ- ଏକ୍ୟୁଆଇ, ୧୫୯
ହଙ୍ଗଝୌ, ଚୀନ- ଏକ୍ୟୁଆଇ୧୫୯
କୁଏତ ସିଟି, କୁଏତ- ଏକ୍ୟୁଆଇ, ୧୫୫
ଉହାନ, ଚୀନ- ଏକ୍ୟୁଆଇ, ୧୫୨

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ