Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ମୂଲ୍ୟବୋଧ ଭିତ୍ତିକ ସାମ୍ବାଦିକତା ଦିବସ ତଥା ପ୍ରଦ୍ୟୁମ୍ନ ବଳ ଜୟନ୍ତୀ ପାଳିତ

ଜମନକିରା : ପୂର୍ବତନ ଲୋକସଭା ସଦସ୍ୟ ତଥା ପ୍ରଗତିବାଦୀର ପ୍ରତିଷ୍ଠାତା ସମ୍ପାଦକ ପ୍ରଦ୍ୟୁମ୍ନ ବଳଙ୍କ ଜୟନ୍ତୀ ଉତ୍ସବ ସହ ମୂଲ୍ୟବୋଧକ ସାମ୍ବାଦିକତା ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ କୁଚିଣ୍ଡା ସହର ଉପଖଣ୍ଡ ସତକମା ଗ୍ରାମ ସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ସାରସ୍ଵତ ଉତ୍ସବ ପ୍ରଧାନ ଶିକ୍ଷକ ପୁରୁଷୋତ୍ତମ ସେଠଙ୍କ ସଭାପତିତ୍ବ କରିଥିଲେ। ଆୟୋଜିତ ଉତ୍ସବରେ ଅବସରପ୍ରାପ୍ତ ଅଧ୍ୟକ୍ଷ ତଥା ବରିଷ୍ଠ ସାମ୍ବାଦିକ ସୁବାଷଚନ୍ଦ୍ର ନାୟକ ମୁଖ୍ୟଅତିଥି ଭାବରେ ଯୋଗଦେଇ ସାଂପ୍ରତିକ କାଳରେ ପ୍ରଦ୍ୟୁମ୍ନ ବଳଙ୍କ ସଦୃଶ୍ୟ ନିର୍ଭୀକ ଓ ମୂଲ୍ୟବୋଧ ଭିତ୍ତିକ ସାମ୍ବାଦିକତାର ଆବଶ୍ୟକତା ଅଛି ବୋଲି ମତ ଦେଇ ପ୍ରଦ୍ୟୁମ୍ନ ବାବୁ ଏକଦା କୁଚିଣ୍ଡା ଗସ୍ତ ବେଳେ ଏହି ସ୍କୁଲର ଏକ ଉତ୍ସବରେ ମୁଖ୍ୟ ଆତିଥ୍ୟ ନେଇଥିବା କଥା ମନେ ପକାଇ ଦେଇଥିଲେ।ସହକାରୀ ଶିକ୍ଷକ ଅନନ୍ତରାମ ପଟେଲ ମୁଖ୍ୟବକ୍ତା ଭାବରେ ଯୋଗ ଦେଇ ସ୍ବର୍ଗତ ବଳଙ୍କ ଜୀବନୀ ଉପରେ ଆଲୋଚନା କରିଥିଲେ।ପ୍ରାରମ୍ଭରେ ରୋଜି ସାଥୁଆ ସ୍ୱାଗତ ଭାଷଣ ଦେଇଥିବା ବେଳେ ସ୍ନେହଲତା ଠାକୁର ଅତିଥି ପରିଚୟ ଏବଂ ଶେଷରେ ବୈଦ୍ୟନାଥ ଷଣ୍ଢ ଧନ୍ୟବାଦ ଅର୍ପଣ କରିଥିଲେ। ଉତ୍ସବ ପୂର୍ବରୁ ଓଡ଼ିଶାର ସମ୍ବାଦପତ୍ର ଉପରେ ଛାତ୍ରଛାତ୍ରୀଙ୍କ ଭିତରେ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଉତ୍ସବରେ ପୁରସ୍କୃତ କରାଯାଇଥିଲା।