Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଙ୍ଗାଧର ସେଚ ପ୍ରକଳ୍ପ ଡିସେମ୍ବର ୧୫ ସୁଦ୍ଧା ହେବ ସଂପୁର୍ଣ୍ଣ

ମୁଖ୍ୟମନ୍ତ୍ରୀଙ୍କ ଡ୍ରିମ ପ୍ରକଳ୍ପ ଭାବେ ପରିଚିତ ବରଗଡ ଜିଲ୍ଲାର ଗଙ୍ଗାଧର ସେଚ ପ୍ରକଳ୍ପ ଆସନ୍ତା ଡିସେମ୍ବର ୧୫ ତାରିଖ ସୁଦ୍ଧା ସଂପୂର୍ଣ ହେବାକୁ ଯାଉଛି। ପାଇପ ଲାଇନ ଜଳସେଚନରେ ଏହା ଦେଶର ସର୍ବବୃହତ ପ୍ରକଳ୍ପ ଭାବେ ଉଭା ହେବାକୁ ଯାଉଛି। ତେବେ, ଆସନ୍ତା ୨୫ ତାରିଖ ପରେ ମୁଖ୍ୟମନ୍ତ୍ରୀଙ୍କ ହାତରେ ଏହାର ଲୋକାର୍ପଣ କରିବାକୁ ଜଳସେଚନ ବିଭାଗ ରାଜ୍ୟ ସରକାରଙ୍କ ଅନୁମତି ଲୋଡିଛି। ଏହି ବୃହତ ପ୍ରକଳ୍ପ ଦ୍ବାରା ବରଗଡ ଜିଲ୍ଲାର ୪ ବ୍ଲକର ୨୫ ହଜାର ୬ ଶହ ହେକ୍ଟର ଜମି ଜଳସେଚିତ ହେବାକୁ ଯାଉଥିବା ବେଳେ ରବି ଋତୁରୁ ଏହାର ଜଳସେଚନ ଆରମ୍ଭ ହେବ ବୋଲି ହୀରାକୁଦ ମୁଖ୍ୟବନ୍ଧ ବିଭାଗ ମୁଖ୍ୟଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି। ଏଥିପାଇଁ ଇତିମଧ୍ୟରେ ଏହି ପ୍ରକଳ୍ପରୁ ଜଳସେଚିତ ହେବାକୁ ଥିବା ୧୩ ହଜାର ହେକ୍ଟର ଜମିର ପରୀକ୍ଷଣ ମଧ୍ୟ ଶେଷ ହୋଇଛି। ଏହି ସୂଚନା ମିଳିବା ପରେ ବର୍ତ୍ତମାନ ସମଗ୍ର ବରଗଡ ଜିଲ୍ଲାର ଚାଷୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।